ଓଡ଼ିଶାରେ ୩ ହଜାର କୋଟି ନିବେଶ କରିବ ରିଲାଏନ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଯୋଗ ଦେଇଛନ୍ତି ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ । ଏହି ଅବସରରେ ରିଲାଏନ୍ସ ଓଡ଼ିଶାରେ ୩ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ପୂର୍ବରୁ ରିଲାଏନ୍ସ ଜିଓ ଜରିଆରେ ଓଡ଼ିଶାରେ ୬ ହଜାର କୋଟି ନିବେଶ କରିଛି । ଏବେ ଆଉ ୩ ହଜାର କୋଟି ନିବେଶ କରିବାକୁ ଯାଉଛି ବୋଲି ସେ କହିଥିଲେ। ଏଥିସହ ସେ କହିଥିଲେ ଯେ,ତାଙ୍କ ବାପା ଧିରୁଭାଇ ଅମ୍ବାନୀ ଓ ସ୍ବର୍ଗତ ବିଜୁ ପଟ୍ଟନାୟକ ଅନ୍ତରଙ୍ଗ ବନ୍ଧୁ ଥିଲେ । ଭାରତରେ କିଛି ବି ସମ୍ଭବ ବୋଲି ସେମାନେ ସବୁବେଳେ କହୁଥିଲେ ବୋଲି ମୁକେଶ ଅମ୍ବାନୀ କହିଥିଲେ ।

ସେହିଭଳି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଚେୟାରମ୍ୟାନ୍‌ କୁମାର ମଙ୍ଗଲମ୍‌ ବିର୍ଲା ଏହି ଶିଳ୍ପ ମହାକୁମ୍ଭରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଥିଲେ। ଏଥିସହ ଆସନ୍ତା ୨ବର୍ଷ ମଧ୍ୟରେ ବିର୍ଲା ଗ୍ରୁପ ଓଡ଼ିଶାରେ ୧୪ହଜାର ୪ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଥିଲେ।

Leave a comment