କଣ୍ଟାବାଞ୍ଜିରେ ଜାତୀୟ କଂଗ୍ରେସ ନେତା, ମମିତା ମେହେରଙ୍କ ଗାଁ ଝରଣୀ ଯାଇ ପରିବାର ଲୋକଙ୍କୁ ଭେଟିବେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ସାରା ଓଡିଶାରେ ଆନ୍ଦୋଳନ ଜାରି ରହିଛି । ଏହାକୁ ନେଇ ସବୁ ରାଜନୈତିକ ଦଳ ସାମ୍ନାକୁ ଆସୁଥିବା ବେଳେ ଜାତୀୟ ସ୍ତରରେ ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି ।
ଜାତୀୟ କଂଗ୍ରେସର ଏଆଇସିସି ସାଧାରଣ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା ପିସିସି ପ୍ରଭାରୀ ଚେଲା କୁମାର ଦୁଇ ନେତାଙ୍କ ସହ ଓଡିଶା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ନୂଆପଡା ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସ ନେତା ଶରତ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ ପ୍ରମୁଖ ବଲାଙ୍ଗୀର ଗସ୍ତରେ ଆସିଛନ୍ତି । ତେବେ ହେଲିକାପ୍ଟର ଯୋଗେ ଏମାନେ ପ୍ରଥମେ କଣ୍ଟାବାଞ୍ଜିରେ ଓହ୍ଲାଇ ପରେ ମୃତ ମମିତା ମେହେରଙ୍କ ଗାଁ ଝରଣୀ ଯାଇ ପୀଡିତାଙ୍କ ପରିବାର ସହିତ ଦେଖା କରିବାର କାର୍ଯ୍ୟକ୍ରମ ରହିଛି ।

Leave a comment