ରାୟଗଡା ଗସ୍ତରେ BSF ଅତିରିକ୍ତ ଡିଜି, ମାଓ ଦମନ ନେଇ ଆଲୋଚନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏସଏଫ ଅତିରିକ୍ତ ଡିଜି ପି. ଭି ରାମଶାସ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତରେ ଆସି ଫେରିଛନ୍ତି । ଏକ ସ୍ବତନ୍ତ୍ର ବିଏସଏଫ ହେଲିକ୍ୟାପ୍ଟର ଯୋଗେ ଆସି ଜେକେପୁର ସ୍ଥିତ ପୋଲିସ ରିଜର୍ଭ ପଡିଆରେ ପହଞ୍ଚିଥିଲେ । ସେଠାରୁ ସିଧା ରାୟଗଡା ସ୍ଥିତ ବିଏସଏଫ ୬୮ ନମ୍ବର ବାଟାଲିୟନ ମୁଖ୍ୟାଳୟ ଆସି ଅନୁଧ୍ୟାନ କରିଛନ୍ତି । ସେଠାରେ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।
ମୁଖ୍ୟତଃ ମାଓବାଦୀ ଦମନ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ପୋଲିସ ଓ ବିଏସଏଫ ମଧ୍ୟରେ ସମନ୍ବୟ ରକ୍ଷା କରି କିଭଳି ମାଓବାଦୀଙ୍କ ବିରୋଧରେ ଅପରେସନ ଠିକ୍ ଭାବେ ଆଗେଇବ ତାହା ଆଲୋଚନା ହୋଇଥିଲା । ଏତଦବ୍ୟତୀତ ବିଏସଏଫ ତରଫରୁ ଏକ ନୂତନ କ୍ୟାମ୍ପ ପ୍ରତିଷ୍ଠା ନେଇ ସ୍ଥାନ ନିରୁପଣ ହୋଇଥିବା ଜଣାପଡିଛି।