ମମିତା ମେହେର ହତ୍ୟାକାଣ୍ଡ ମାମଲା; ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ନାଁରେ ପୁଣି ସାଂଘାତିକ ଅଭିଯୋଗ

0

ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଜେଶ୍ବରୀଙ୍କୁ ୨୦୦୦ ମସିହା ଅଗଷ୍ଟ ୮ ତାରିଖରେ ଗୋବିନ୍ଦ ହତ୍ୟା କରିଥିବା ଅଭିଯୋଗ ଆଣିଲେ ରାଜେଶ୍ବରୀଙ୍କ ବାପା ମୋତିଲାଲ ନାଏକ। ରାଜେଶ୍ବରୀଙ୍କୁ ଟ୍ରାକ୍ଟର ଡ୍ରାଇଭର ତଥା ମୀନ ସାହୁଙ୍କ ଦ୍ବାରା ଗାଡ଼ି ଚଢ଼ାଇ ହତ୍ୟା କରିଥିଲା ଗୋବିନ୍ଦ। ମୋତିଲାଲଙ୍କ କହିବା ଅନୁସାରେ ଝିଅର ମୃତ୍ୟୁ ପରେ ସେ କେଗାଁ ଥାନାରେ ଏତଲା ଦେଇଥିଲେ। କିନ୍ତୁ ସେହି ସମୟରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ମୋତିଲାଲ କହିଛନ୍ତି ଯେ, ମୁଁ ସବୁବେଳେ ଗୋବିନ୍ଦ ସାହୁର ଅନ୍ୟାୟକୁ ବିରୋଧ କରି ଆସିଛି ଏବଂ ବିରୋଧ କରିବି।

ମୋତିଲାଲ କହିଛନ୍ତି ଯେ, ୧୯୯୭ ପଂଚାୟତ ନିର୍ବାଚନରେ ମୋତିଲାଲଙ୍କ ଭାଇ ସମିତି ସଭ୍ୟ ଭାବେ ବିଜୟୀ ହୋଇଥିଲେ । ଆଉ ପରାଜିତ ହୋଇଥିଲେ ଗୋବିନ୍ଦ ସାହୁର ସମର୍ଥିତ ପ୍ରାର୍ଥୀ ନୃପରାଜ ସିଂହ । ଏହି ପରାଜୟରେ ଉତକ୍ଷିପ୍ତ ହୋଇ ପଂଚାୟତ ସମିତି ଷ୍ଟ୍ରଙ୍ଗରୁମରେ ଥିବା ଭୋଟ୍ ବାକ୍ସକୁ ପେଟ୍ରୋଲ ଢାଳି ପୋଡି ଦଇଥିଲା ଗୋବିନ୍ଦ ।

ଏଥିସହ ମୋତିଲାଲ ଓ ତାଙ୍କ ପରିବାର ଉପରେ ରାଗ ରଖି ଝିଅକୁ ହତ୍ୟା କରିଥିଲା ବୋଲି କହିଛନ୍ତି ମୋତିଲାଲ ନାୟକ । ଗୋବିନ୍ଦ ସାହୁ ଜଣେ ଛୋଟିଆ ଠିକାଦାର ଭାବେ ପ୍ରଥମେ କାମ ଆରମ୍ଭ କରିଥିବାବେଳେ ଜେଇମାନଙ୍କୁ ବିଭିନ୍ନ ବାଟରେ ବ୍ଲାକମେଲ କରୁଥିଲା ବୋଲି ସେ ସାଂଘାତିକ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖ ସ୍କୁଲକୁ ଯାଇ ନିଖେଜା ହୋଇଯାଇଥିଲେ। ନିଖୋଜ ହେବାର ୧୦ ଦିନ ପରେ ନିର୍ମାଣାଧୀନ ଷ୍ଟାଡିୟମ ତଳୁ ମାଟିଖୋଳି ମମିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍‌ସାଇନ୍‌ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଗିରଫ କରିଛି। ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତି ରହିଛି ପୁଲିସ ସେ ନେଇ ଘଟଣାର ଅଧିକ ତଦନ୍ତ କରୁଛି। ତେବେ ମମିତା ମେହେର ହତ୍ୟା କାଣ୍ଡ ନେଇ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛନ୍ତି। ବିଜେପି ଓ କଂଗ୍ରେସର ଦାବି ଯେ, ଗୋବିନ୍ଦଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କର ସଂପୃକ୍ତି ରହୁଛି। ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ବହିଷ୍କାର ଓ ଗିରଫ କରାଯାଉ।

Leave a comment