ମମିତାଙ୍କୁ ନ୍ୟାୟ ମିଳିବନି କି ପାଠଶାଳାରେ ଚାଲିଥିବା ରଙ୍ଗଶାଳା ପାପର ରହସ୍ୟ ଖୋଲିବନି’- ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୁତି ପଟ୍ଟନାୟକଙ୍କ ନେତୃତ୍ବରେ ୫ ଜଣିଆ ଫ୍ୟାକ୍ଟ ଫାଇଡିଂ ଟିମ୍ ମୃତକ ମମିତା ମେହେରଙ୍କ ପରିବାରକୁ ଭେଟିଛି । ହୋଇଥିବା ମହାଲିଙ୍ଗ ଖେଳ ପଡିଆକୁ ଯାଇ ମଧ୍ୟ ଫେରିଛନ୍ତି ।

ଭବାନୀପାଟଣାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର ନିରପେକ୍ଷ ତଦନ୍ତ ହେଉ ନଥିବା ଦର୍ଶାଇ ଗୃହ ବିଭାଗର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରାଯାଇଥିବା ବେଳେ ସିବିଆଇକୁ ତଦନ୍ତ ଭାର ହସ୍ତାନ୍ତର ପାଇଁ ଦାବି କରାଯାଇଛି । ପୋଲିସ ତଦନ୍ତ ଦିଗହରା ଏବଂ ଏଥିରେ ମମିତାକୁ ନ୍ୟାୟ ମିଳିପାରିବ ନାହିଁ କିମ୍ବା ପାଠଶାଳାରେ ଚାଲିଥିବା ରଙ୍ଗଶାଳା ପାପର ରହସ୍ୟ ଖୋଲିବ ନାହିଁ । ଏଣୁ ପ୍ରଥମେ ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି କହିଛି । ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ । ନଚେତ ମହିଳା ମୋର୍ଚ୍ଚା ମନ୍ତ୍ରୀଙ୍କ ବହିଷ୍କାର ନ ହେଲା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିବ । ଗୋବିନ୍ଦଙ୍କ ରଙ୍ଗଶାଳାରେ ଶାସକ ଦଳର ୫ଜଣ ମନ୍ତ୍ରୀ ନିୟମିତ ଆସୁଥିବାର ମହିଳା ମୋର୍ଚ୍ଚା ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନା ଓ ମନ୍‌ନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯାଉଥିବା ପ୍ରମାଣ ତାଙ୍କ ନିକଟରେ ଅଛି ବୋଲି ବିଜେପି ଦାବି କରିଛି । ସରକାର ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀଙ୍କୁ ବହିଷ୍କାର ନ କଲେ ବିଜେପି କଳାହାଣ୍ଡି ଏସପି କାର୍ଯ୍ୟାଳୟ ଘେରାଓ କରିବ ବୋଲି ଚେତାବନୀ ଦେଇଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ।

ଅନ୍ୟପକ୍ଷରେ ଗୁରୁବାର ମହାଲିଙ୍ଗ ଖେଳ ପଡିଆକୁ ଦକ୍ଷିଣାଚଂଳ ଡିଆଜି ଦୀପକ କୁମାର, କଳାହାଣ୍ଡି ଓ ବଲାଙ୍ଗୀର ଆରକ୍ଷୀ ଅଧୀକ୍ଷକ ପୁନର୍ବାର ଯାଞ୍ଚ ପାଇଁ ଯାଇ ଖୋଳା ଯାଇଥିବା ସ୍ଥାନରେ ଅଧିକ ମାଟି ଖୋଳି ନମୁନା ସଂଗ୍ରହ କରିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଦ୍ବାରା ଘଟଣାର ରିକ୍ରିଏସନ ପାଇଁ ଯୋଜନା ଥିଲେ ସୁଦ୍ଧା ଆଇନ ଶୃଙ୍କଳା ପରିସ୍ଥିତି ସୃଷ୍ଟି ପାଇଁ ଅଣାଯାଇନାହିଁ ।

Leave a comment