ଉତ୍ତରାଖଣ୍ଡରେ ଜଳପ୍ରଳୟ : ୫୨ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଉତ୍ତରାଖଣ୍ଡରେ ଜଳ ପ୍ରଳୟ। ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଏବେସୁଦ୍ଧା ୫୨ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ ଉଦ୍ଧାରକାର୍ଯ୍ୟ ଜାରିରହିଛି। ରାସ୍ତାଘାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । ବଜାରଘାଟ ସବୁ ପାଣିରେ ବୁଡି ରହିଛି । ଅନେକ ବ୍ୟକ୍ତି ଖାଦ୍ୟପେୟ ମଧ୍ୟ ପାଉନାହାଁନ୍ତି ।

ବୁଧବାର ସନ୍ଧ୍ୟା ୬ଟା ପରେ ଜଳସ୍ତର ବଢିଥିଲା । ଏନେଇ ଦୋକାନୀଙ୍କୁ ସତର୍କ କରାଯାଇଥିଲା । ତଥାପି ବଜାରଘାଟ ବୁଡି ଯାଇଥିଲା । ଅନେକ ବ୍ୟକ୍ତି ଏପରି ବନ୍ୟା ଦେଖିନଥିବା କହିଛନ୍ତି । ଆଉ କିଛି ସ୍ଥାନୀୟ ଲୋକେ ଯିବା ଆସିବା ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି । ସେ ଟ୍ରାକ୍ଟର ଜରିଆରେ ଯିବା ଆସିବା କରୁଛନ୍ତି । ଏଥିପାଇଁ ଟ୍ରାକ୍ଟର ଡ୍ରାଇଭର ଅଧିକ ଅର୍ଥ ମଧ୍ୟ ଦାବି କରୁଛନ୍ତି । ଏହାସତ୍ତ୍ୱେ ପାଣିରେ ବୁଡି ଯିବାର ଭୟ ରହିଛି ।

Leave a comment