ବଢିଲା ବସ୍‌ ଭଡ଼ା, ସାଧାରଣ ବସ୍ କିମି ପିଛା ୮୯ରୁ ୯୨ ପଇସାକୁ ବୃଦ୍ଧି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ବସ୍‌ ଭଡ଼ା। ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି ।

ବର୍ଦ୍ଧିତ ଭଡା ଅନୁଯାୟୀ , ସାଧାରଣ ବସ୍‌ ଭଡା ୮୯ ପଇସାରୁ ୯୨ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା ୯୩ ପଇସାରୁ ୯୬ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଡିଲକ୍ସ ଭଡା ୧.୨୯ ପଇସାରୁ ୧.୩୫ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ଭଡା ୧.୫୭ ପଇସାରୁ ୧.୬୩କୁ ବୃଦ୍ଧି ପାଇଥିବା ବେଳେ ସୁପର ପ୍ରିମିୟମ୍ ଭଡା ୨.୪୪ ପଇସାରୁ ୨.୫୩ ପଇସାକୁ ବୃଦ୍ଧି ପାଇଛି । ତେବେ ଗତ କିଛି ଦିନ ହେଲା ଯେପରି ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଥିଲା । ତେଣୁ ବସ୍ ଭଡା ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଥିଲା। ଏବେ ବର୍ଦ୍ଦିତ ବସ୍ ଭଡା ସାଧାରଣଲୋକଙ୍କ ଉପରେ ପ୍ରଭାବ ପକାଇବ ।

Leave a comment