ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହେଲା କଟକଣା, ମେଢ ଦେଖିପାରିବେନି ଦର୍ଶନାର୍ଥୀ

0

ପୁରୀରେ ଗୋସାଣୀ ଯାତ୍ରା ପାଇଁ ଜାରି ହେଲା କଟକଣା। କୋଭିଡକୁ ଦୃଷ୍ଟିରେ ରଖି ଆସନ୍ତା ୧୬ରେ ସିଂହଦ୍ଵାର ସମ୍ମୁଖରେ ଗୋସାଣୀ ଯାତ୍ରାରେ ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ମେଢ ଦେଖିବା ପାଇଁ ଦର୍ଶନାର୍ଥୀମାନଙ୍କ ଭିଡ ହେବା ସହ ସାମାଜିକ ଦୂରତା ନିୟମ ଉଲଂଘନ ଆଶଙ୍କା ଥିବାରୁ ଏଭଳି କଟକଣା ଜାରି କରାଯାଇଛି।
ସେ ଦିନ ମଧ୍ୟାହ୍ନ ୧୨ରୁ ଗୋସାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଏବଂ ସିଂହଦ୍ଵାରଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ ଲାଗିବ କଟକଣା। ସେ ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ।
ସୂଚନା ଥାଉକି ଚଳିତ ବର୍ଷ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍ ସିଟିରେ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣା ଭିତରେ ଚାଲିଥିଲା ପୂଜାର୍ଚ୍ଚନା। ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ମଧ୍ଯ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ବହୁ ଅମାନିଆ ଲୋକଙ୍କୁ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।

ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତ ତିନି ଦିନ ହେଲା ନାଇଟ କର୍ଫ୍ୟୁ କଡାକଡି ଭାବେ ପାଳନ କରାଯାଇଛି ।

Leave a comment