କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମା ମାଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦୁଝର ଟାଉନ ଥାନା ମାଣ୍ଡୁଆ ଅରଡେଇ ନଦୀ ନିକଟରେ ବିଧାୟକ ମୋହନ ଚରଣ ମାଝିଙ୍କ ଗାଡିକୁ ବୋମାମଡ । ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ ରେ ଆସି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି । ବିଧାୟକ ଏକ ମିଟିଂରୁ ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ଗୋଟିଏ ବୋମା ଫିଙ୍ଗିଥିଲା ।

ଅଙ୍ଗରଖି ଓ ଡ୍ରାଇଭର ଗାଡି ରୁ ଓହ୍ଲାଇ ବାରୁ ପୁଣିଥରେ ଅନ୍ୟ ଏକ ବୋମା ବିଧାୟକଙ୍କ ଗାଡ଼ି ଉପରକୁ ଫୋପାଡ଼ି   ନରଣପୁର ରେଲୱେ ଷ୍ଟେସନ ଆଡ଼େ ପଳାଇ ଯାଇଥିଲେ । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ । ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

Leave a comment