ଶାନ୍ତି ସମୃଦ୍ଧି ପାଇଁ ଘରର ମୁଖିଆଙ୍କୁ କେବେ ବି ଭୂଲିବା ଉଚିତ୍ ନୁହେଁ ଏହି ୩ କଥା
ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।
ଚାଣକ୍ୟ ନୀତିରେ ସବୁ ରହସ୍ୟ ଛପି ରହିଛି । ଚାଣକ୍ୟଙ୍କ ଦର୍ଶନ ଅନୁଯାୟରୀ ଘରର ଶାନ୍ତି ପାଇଁ ଖାସ କରି ଘରର ମୁଖିଆଙ୍କୁ କିଛି କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ । ଚାଣକ୍ୟ ଏମିତି କିଛି କହିଛନ୍ତି ଯାହା ଜୀବନର କଠିନ ସମୟରେ ଏକ ଦୀପ ଭଳି ଜୀବନକୁ ଆଗେଇ ନେବାରେ ଆଲୋକ ଦେଖାଇ ଥାଏ ।
ଅନ୍ନ ନଷ୍ଟ କରନ୍ତୁ ନାହିଁ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଘରର ମୁଖିଆ ଖାଦ୍ୟ ନଷ୍ଟ କରିବା ଉଚିତ୍ ନୁହେଁ । ଏମିତି କରୁଥିବା ଲୋକଙ୍କ ଘରେ କେବେ ବି ସୁଖ ସମୃଦ୍ଧି ବାସ କରିନଥାଏ । ସର୍ବଦା ବ୍ୟକ୍ତିକୁ ଭୋକ ଅନୁଯାୟୀ ଭୋଜନ ଥାଳିରେ ଅନ୍ନ ନେବା ଦରକାର । ସମ୍ଭବ ହେଲେ ଆଖପାଖରେ ଥିବା ଗରୀବ ଲୋକଙ୍କୁ ସହାୟତା କରନ୍ତୁ ।
ପତି-ପତ୍ନୀ ଙ୍କ ମଧୂର ସମ୍ପର୍କ
ପତି-ପତ୍ନୀ ଙ୍କ ମଧୂର ସମ୍ପର୍କରେ ଯଦି କପଟ ସମ୍ପର୍କ ଆରମ୍ଭ ହୁଏ କିମ୍ବା ଜଣେ ଅନ୍ୟ ଜଣଙ୍କୁ କଥା ଲୁଚାନ୍ତି ତେବେ ସମ୍ପର୍କ ତିଷ୍ଟି ରହିପାରେ ନାହିଁ । ଏମିତି ଘରେ କେବେ ବି ସୁଖ ସମୃଦ୍ଧି ଆସେ ନାହିଁ । ଯେଉଁ ଘରେ ଧନ ଭୁଲ କାର୍ଯ୍ୟରେ ଲାଗେ ସେହି ଘରେ ସର୍ବଦା କଳହ ଲାଗି ରହିଥାଏ । ଫଳରେ ସେହି ଘରେ କେବେ ହସ ଖୁସୀ ଲାଗି ରହିନଥାଏ । ଏହି ଘରେ ମା’ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ରହିଥାନ୍ତି ।
ଭାଇଙ୍କ ସହ ସମ୍ପର୍କରେ ଧୋକ୍କା ନ ହୁଏ
ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଯଦି ଭାଇ ଦୁଃଖରେ ରହେ ବା ଭାଇ ଠାରୁ ଅଲଗା ରହେ, ତେବେ ଏହା ନଷ୍ଟର ସୂଚନା ଦେଇଥାଏ । ଏମିତ ସମସ୍ୟାରେ ଘରର ମୁଖିଆ ହିଁ ଧ୍ୟାନ ରଖିବା ଉଚିତ୍ । ଯେପରି ଭାଇ ସହ କିଛି ପ୍ରକାର କି ଧୋକ୍କା ନହୁଏ। ଯଦି ଆପଣ ବଡ଼ ତ ଆପଣଙ୍କ ତ୍ୟାଗ ପରିବାର ଓ ବଂଶକୁ ବାନ୍ଧି ରଖିବ