ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ, EDରେ ହାଜର ହେବା ପାଇଁ ଥିଲା ନୋଟିସ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ । ଓକିଲଙ୍କ ଜରିଆରେ ସମୟ ମାଗିଲେ ପ୍ରଦୀପ ଓ ତାଙ୍କ ଝିଅ । ହାଜର ହେବାକୁ ପ୍ରଦୀପ ଓ ତାଙ୍କ ଝିଅଙ୍କୁ ED ନୋଟିସ କରିଥିଲା ।
ସେପଟେ ଆୟ ବହିର୍ଭୂତ ବିପୁଳ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକ । ଏବେ ସେ ଜେଲ୍ରେ ଅଛନ୍ତି । ତେବେ ଗତକାଲି ଅଭୟକାନ୍ତ ପାଠକଙ୍କୁ ସାଢେ ୧୧ ଘଣ୍ଟା ଜେରା କରିଥିଲା ED । ସକାଳ ୯ଟାରୁ ରାତି ୯ଟା ଯାଏଁ ଜେରା କରିଥିଲା । ବିଭିନ୍ନ ଆର୍ଥିକ କାରବାର ନେଇ ED ଖୋଲତାଡ଼ ଜାରି ରଖିଛି । ଭିଜିଲାନ୍ସର ସୁପାରିସ ଆଧାରରେ ଇଡି ଅଭୟକାନ୍ତଙ୍କ ଆର୍ଥିକ କାରବାରର ଛାନ୍ଭିନ୍ ଜାରି କରୁଛି ।
ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ମାସରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପାଠକଙ୍କ ବିଭିନ୍ନ ଘର ଓ ଅଫିସ ଉପରେ ଚଢ଼ଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ସମ୍ପତ୍ତିର ସନ୍ଧାନ ମିଳିଥିଲା। ପରେ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ଗିରଫ କରାଯାଇଥିଲା । ସେହିପରି ଏହି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମଧ୍ୟ ଗିରଫ କରାଯାଇଛି ।