ଥାଇରଏଡ ରୋଗର ଘରୋଇ ଉପଚାର

0

ଥଣ୍ଡା ଦିନରେ ଥାଇରଏଡ ରୋଗୀମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ବର୍ଷା ସରିବା ସହ ଧୀରେ ଧୀରେ ଶୀତ ଋତୁ ଆସିଲାଣି। ଯାହାକି ଥାଇରଏଡ ରୋଗୀଙ୍କ ପାଇଁ ଅତ୍ୟନ୍ତ ମାରାତ୍ମକ ହୋଇଥାଏ। ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବେ। ଏହା ଦ୍ୱାରା ଥାଇରଏଡ ରୋଗୀମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇପାରିବେ।

ଅଦା: ପ୍ରାୟତଃ ସମସ୍ତଙ୍କ ଘରେ ସବୁବେଳେ ଅଦା ରହିଥାଏ। ଅଦାର ଅନେକ ଔଷଧିୟ ଗୁଣ ରହିଛି। ଏଥିରେ ପୋଟାସିୟମ, ମ୍ୟାଗନେସିୟମ ଇତ୍ୟାଦି ଭରପୁର ମାତ୍ରାରେ ରହିଛି। ଯାହା ଥାଇରଏଡ ରୋଗରୁ ମୁକ୍ତି ଦେଇଥାଏ । ଅଦାରେ ଆଣ୍ଟି-ଇଂଫଲେମେଟରି ଗୁଣ ଥିବାରୁ ଏହା ଥାଇରଏଡକୁ ବଢ଼ିବାରୁ ରୋକିଥାଏ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ କଞ୍ଚା ଅଦା ସାମିଲ କରନ୍ତୁ କିମ୍ବା ଅଦାରେ ପ୍ରସ୍ତୁତ ଚା ଖାଆନ୍ତୁ। ସେହିଭଳି କଞ୍ଚା ପିଆଜ ମଧ୍ୟ ଥାଇରଏଡ ରୋକିବା ପାଇଁ ବେଶ ସହାୟକ ହୋଇଥାଏ।

ଦହି ଓ କ୍ଷୀର: ଥାଇରଏଡ ରୋଗୀମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର। କ୍ଷୀର ଓ ଦହିରେ କ୍ୟାଲସିୟମ, ମିନେରାଲ ଏବଂ ଭିଟାମିନ ପ୍ରଚୁର ପରିମାଣରେ ରହିଥାଏ। ଏହା ଥାଇରଏଡ ଭୋଗୁଥିବା ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ରଖିବାରେ ସହାୟକ ହୋଇଥାଏ ।

ଗହମ ଓ ଯଅ: ଥାଇରଏଡ ଗ୍ରନ୍ଥିକୁ ରୋକିବା ପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ। ଗହମ ଓ ଯଅ ଖାଇବା ଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ଧନିଆ: ସେହିପରି ଥାଇରଏଡ ରୋଗଙ୍କ ପାଇଁ ଧନିଆ କୌଣସି ବରଦାନଠୁ କମ ନୁହେଁ। ଆପଣ ଯଦି ଥାଇରଏଡ ରୋଗରେ ଆକ୍ରାନ୍ତ ତେବେ ପ୍ରତିଦିନ ଧନିଆ ଗୁଣ୍ଡ, ପତ୍ର ନିଜ ଖାଦ୍ୟରେ ବ୍ୟବହାର କରନ୍ତୁ। ନଚେତ୍ ଧନିଆ ପାଣି ଫୁଟେଇ ବା ବତୁରାଇ ପିଅନ୍ତୁ।

Leave a comment