କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଗଛ ପଡି ରାସ୍ତା ଅବରୋଧ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋରାପୁଟ ଜିଲ୍ଲାରେ ପ୍ରଭାବ ପକାଇଛି ବାତ୍ୟା ‘ଗୁଲାବ’। ରବିବାର ରାତିଠାରୁ ବର୍ଷା ଜାରି ରହିଛି। ଜିଲ୍ଲାରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ଲାଗି ରହିଛି। ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ପ୍ରବଳ ବର୍ଷା ସହ ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ୫ଟି ଘର ଭାଙ୍ଗି ଯାଇଛି । ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରୁଛନ୍ତି ।
ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫ ପକ୍ଷରୁ ଅପରେସନ ଚାଲିଛି । ତାନସିଲ ଗ୍ରାମରେ ଗୋଟିଏ, କେତନପାଡୁରେ ୨ଟି, ମଡାୱ୍ବାଲସାରେ ୨ଟି ଘରର ଛାତ ଉଡି ଘର ଭାଙ୍ଗି ଯାଇଛି । ଶୁଙ୍କି ନିକଟ ବଡ ନାଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି । ଶୁଙ୍କି ଛକ ସ୍ଥିତ ଲ୍ୟାମ୍ପ ଗୃହରେ ୮ ପରିବାର ଆଶ୍ରୟ ନେଇଛନ୍ତି ।