ଫେସବୁକ ପ୍ରେମକୁ ସାବଧାନ! ପ୍ରଥମେ ବନ୍ଧୁତା, ତା’ପରେ ପ୍ରସାଦରେ ନିଶା ଦେଇ ଚୁନ ଲଗାଉଥିଲେ ‘ଆଞ୍ଜେଲ ପିହୁ

0

ଲୁଟର ନୂଆ ତରିକା। ପ୍ରଥମେ ସୋସିଆଲ ମିଡ଼ିଆରେ ବନ୍ଧୁତା, ତା’ପରେ ମିଠାମିଠା କଥାକହି ପ୍ରେମ ଜାଲରେ ଫସାଉ ଥିଲେ ଆଞ୍ଜେଲ ପିହୁ’ । ଏବେ ପୋଲିସ ଜାଲରେ ଫସି ଯାଇଛି। କମିଶନରେଟ ପୋଲିସ ଏଭଳି ଜଣେ ସୁନ୍ଦରୀ-ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୀ ବଳିଆପଣ୍ଡାରେ ରହୁଥିବା ପଶ୍ଚିମବଙ୍ଗର ପିଉ ବିଶ୍ୱାସ । ପୋଲିସ ତାକୁ ଗିରଫ କରିଥିବା ବେଳେ ତା’ ସହିତ ଆଉ କିଏ ସାମିଲ ଅଛନ୍ତି, ସେମାନଙ୍କ ଖୋଜୁଛି । ପୋଲିସ ତାଠାରୁ ପୁଲିସ ୫ଲକ୍ଷ ଟଙ୍କାର ସୁନା ଗହଣା ଓ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ।

କିଛିଦିନ ତଳେ ସହିଦନଗର ଥାନା ନିକଟସ୍ଥ ବଙ୍କୁଆଳର ଜଣେ ଯୁବକଙ୍କ ସହ ପିହୁ ଫେସବୁକରେ ବନ୍ଧୁତା କରିଥିଲେ । ନିଜକୁ କଲେଜର କର୍ମଚାରୀ ବୋଲି କହିଥିଲେ । ଦୁହିଁ ଜଣଙ୍କ ମଧ୍ୟରେ ସଂପର୍କ ନିବିଡ ହେବାସହ ଆଞ୍ଜେଲ ପିହୁଙ୍କ ସହ ଯୁବକଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଏହାର ସୁଯୋଗ ନେଇ ପିହୁ ଅଗଷ୍ଟ ୧୫ ତାରିଖରେ ଯୁବକଙ୍କ ବାଙ୍କୁଆଳ ଘରକୁ ଯାଇଥିଲେ । ରାତିରେ ତାଙ୍କ ସହିତ କିଛି ସମୟ ବିତାଇ ସାଙ୍ଗରେ ଆଣିଥିବା ପ୍ରସାଦ ଖାଇବାକୁ ଦେଇଥିଲେ । ପ୍ରସାଦ ଖାଇବା ପରେ ବ୍ୟକ୍ତି ଜଣକ ସଂଜ୍ଞା ହରାଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ପିହୁ ସେମାନଙ୍କ ଘରେ ଥିବା ଟଙ୍କା ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ନେଇ ଚମ୍ପଟ ମାରିଥିଲେ ।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଏନେଇ ଯୁବକ ଜଣକ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ କମିଶନରେଟ ପୁଲିସ ଆଞ୍ଜେଲ ପିହୁଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲା । ପୋଲିସ ଉକ୍ତ ଫେସବୁକ ଆଇଡିକୁ ଅନୁଧ୍ୟାନ କରିବା ପରେ ଯୁବତୀ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଥିଲା । ପରେ ପୋଲିସ ତା’ ଫୋନ ନମ୍ବରକୁ ଆଧାର କରି ତଦନ୍ତ କରିବା ପରେ ସେ ପୁରୀରେ ଥିବା ଜାଣିବାକୁ ପାଇଥିଲା । ପରେ ସ୍ପେଶାଲ ସ୍କ୍ୱାଡ ଓ ଶହୀଦନଗର ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରି ଯୁବତୀଙ୍କୁ ଗିରଫ କରିଥିଲା । ତା’ ନିକଟରୁ ୫ଲକ୍ଷ ଟଙ୍କା ସୁନା ଗହଣା ଓ ନଗଦ ଟଙ୍କା ଜବତ ହୋଇଛି ।

Leave a comment