ପେଟ ମାଡି ଶୋଉଥିବା ଲୋକ ନିଶ୍ଚୟ ଦେଖନ୍ତୁ, ନ ହେଲେ ଭୋଗିବେ ଭୟଙ୍କର ପରିଣାମ

0

ବନ୍ଧୁଗଣ, ସାଧାରଣ ତ ଆମ୍ଭର କିଛି ଭଲ ଅଭ୍ୟାସ ସହିତ କିଛି ଖରାପ ଅଭ୍ୟାସ ମଧ୍ୟ ରହିଅଛି । ଉତ୍ତମ ସ୍ୱାସ୍ଥ୍ୟ ତଥା ଆକର୍ଷଣୀୟ ଚେହେରା ନିମନ୍ତେ ପ୍ରାଏ ସମସ୍ତେ ଚାହିଁଥାନ୍ତି । ଏଥିପାଇଁ ମନୁଷ୍ୟ କୁ ନିଦ୍ରା ର ଆବଶ୍ୟକ ହୋଇଥାଏ ।ଏଣୁ ପ୍ରତିଦିନ ପ୍ରାଏ ୭ ରୁ ୮ ଘଣ୍ଟା ଶୋଇବା ଆମ୍ଭ ଶରୀର ନିମନ୍ତେ ଲାଭଦାୟକ ଅଟେ । ମାତ୍ର ସମସ୍ତଙ୍କର ଶୋଇବା ଶୈଳୀ ଅଲଗା ଅଲଗା ହୋଇଥାଏ । ଏଥିମଧ୍ୟରୁ ଅଧିକାଂଶ ଲୋକଙ୍କର ପେଟେଇ ହୋଇ ଶୋଇବାର ଅଭ୍ୟାସ ରହିଅଛି । ମାତ୍ର ଏହି ଅଭ୍ୟାସ ଆମ୍ଭ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରକାରର ଖରାପ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ପେଟେଇ ହୋଇ ଶୋଇବା ଦ୍ଵାରା ଜଣ ସବୁ କ୍ଷତି ହୋଇଥାଏ ।

୧- ପେଟ ତଳକୁ କରି ଶୋଇବା ଦ୍ଵାରା ଆମ୍ଭର ମେରୁଦଣ୍ଡ ଏବଂ ମୁଣ୍ଡ ଏକ ସରଳ ରେଖାରେ ରୁହେ ନାହିଁ । ଏହି କାରଣରୁ ଆମ୍ଭ ବେକରେ ସମସ୍ୟା ହୋଇଥାଏ । ଡାକ୍ତର ମାନଙ୍କ ମତ ଅନୁଯାୟୀ ପେଟେଇ ହୋଇ ଶୋଇବା ଦ୍ଵାରା ଶରୀରରେ ଅମ୍ଳଜାନ ସଠିକ ଭାବରେ ଯାଇପାରେ ନାହିଁ । ଏହା ସହିତ ଶଯ୍ୟା ରେ ଥିବା ଜୀବାଣୁ ମୁହଁ ରେ ଲାଗିଯାଇଥାଏ । ଏହା ଆମ୍ଭ ମୁହଁରେ କଳାଦାଗ ତଥା ବ୍ରଣ ସୃଷ୍ଟି କରିଥାଏ ।

୨- ପେଟେଇ ହୋଇ ଶୋଇବା ଦ୍ଵାରା ମେରୁଦଣ୍ଡ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଥାଏ । ଆପଣ ମାନେ ପ୍ରାଏ ଜାଣିଥିବେ ଯେ ମେରୁଦଣ୍ଡ ଆମ୍ଭ ଶରୀରରେ ଏକ ନଳୀପରି କାମ କରେ । ଏହା ଶରୀରର ଅନ୍ୟ ଅସ୍ଥି ମାନଙ୍କ ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇଥାଏ । ଏହା ସହିତ ସେମାନଙ୍କୁ ସୁସ୍ଥ ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏଣୁ ପେଟେଇ ହୋଇ ଶୋଇବା ଦ୍ଵାରା ମେରୁଦଣ୍ଡ ଏହାର ପ୍ରାକୃତିକ ଆକାରରେ ରୁହେ ନାହିଁ । ଏଥିପାଇଁ ଅଣ୍ଟାରେ ତଥା ଶରୀରର ପଛପଟେ ଯନ୍ତ୍ରଣା ହେବାକୁ ଲାଗିଥାଏ ।

୩- ଆପଣ ପେଟେଇ ହୋଇ ଶୋଇବା ଦ୍ଵାରା ଆପଣଙ୍କ ଗଣ୍ଠିରେ ଯନ୍ତ୍ରଣା ବେକ ଯନ୍ତ୍ରଣା ତଥା ପିଠି ଯନ୍ତ୍ରଣା ହୋଇପାରେ । ଏଥିପାଇଁ ଆପଣ ଶୋଇବାକୁ ଅସମର୍ଥ ହୋଇପାରନ୍ତି । ଫଳରେ ଆପଣ ଏହା ପରଦିନ କ୍ଳାନ୍ତ ଅନୁଭବ କରି ପାରନ୍ତି । ଏହିସବୁ ସମସ୍ୟା ଆପଣଙ୍କ ବୟସ ବଢିବା ସହିତ ଧୀରେ ଧୀରେ ବଢିବାକୁ ଲାଗିଥାଏ । ଏଣୁ ଶୋଇବା ବେଳେ ଅଧିକ ସମୟ ପେଟେଇ ହୋଇ ଅଥବା ପେଟ ତଳକୁ କରି ଶୋଇବା ଆପଣଙ୍କ ନିମନ୍ତେ ହାନିକାରକ ଅଟେ ।

 

ଡାକ୍ତର ତଥା ଆୟୁର୍ବେଦ ଅନୁଯାୟୀ କେତେକ ଉପଚାର ସହିତ କେତେକ ନିୟମ ମଧ୍ୟ ରହିଅଛି ଆପଣ ମାନେ ଏହାକୁ ପ୍ରୟୋଗ କରିଲେ ନିଶ୍ଚିତ ସଫଳ ହେବେ । ମନୁଷ୍ୟ ସାଧାରଣ ତ ଏ ସବୁ କଥା କୁ ସହଜରେ ଗ୍ରହଣ କରି ନଥାଏ । ଏହା ଫଳରେ ନାନା ପ୍ରକାରର ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a comment