ବିଜେଡି ଓକିଲଙ୍କୁ ବାର ଆସୋସିଏସନ କଲା ନିଲମ୍ବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକ ଙ୍କୁ ପୋଲିସ ମାଡ଼ ମାରିବା ପ୍ରତିବାଦରେ ଚାଲିଥିବା ସାରା ରାଜ୍ୟର ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଭଣ୍ଡୁର କରିବା ସହିତ ଭିନ୍ନ ମୋଡ ଦେବାପାଇଁ ଚେଷ୍ଟା କରିଥିବା ବିଜେଡି ଲିଗାଲସେଲ ର ୩ଜଣ ବରିଷ୍ଠ ଓକିଲ ଙ୍କୁ ହାଇକୋର୍ଟ ବାର ଆସୋସିଏସନରୁ ବହିଷ୍କାର କରାଯାଇ ଥିବା ବେଳେ ଜଣେ ଆଇନଜୀବୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ସୂଚନା ଅନୁଯାୟୀ, କଟକର ଜଣେ ଆଇନଜୀବୀ ଙ୍କୁ ମାଡ଼ମରା ଅଭିଯୋଗ ରେ ସାରା ରାଜ୍ୟରେ ଓକିଲ ମାନେ ପୋଲିସ କୁ ଗିରଫ କରିବା ପାଇଁ ୬୦ଦିନ ହେବ ଆନ୍ଦୋଳନ କରିଆସୁ ଥିବାବେଳେ ଏହି ଆନ୍ଦୋଳନକୁ ବନ୍ଦ କରିବା ସହିତ ଏକ ଭିନ୍ନ ମୋଡ ଦେବାକୁ ଚେଷ୍ଟା କରୁଥବା ହାଇକୋର୍ଟର ୩ ବରିଷ୍ଠ ଆଇନଜୀବୀଙ୍କୁ ବହୁ ମୂଲ୍ୟ ଦେବାକୁ ପଡିଛି । ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତିଙ୍କ ସୂଚନା ଅନୁଯାୟୀ ଆଇନଜୀବୀଙ୍କ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରୁଥବା ୩ଜଣ ସଦସ୍ୟ ଯଥା ଅସୀମ ଅମିତାଭ ଦାସ, ମିଲନ କାନୁନଗୋ, ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ଟହଲି ଚରଣ ମହାନ୍ତି ଙ୍କୁ କାହିଁକି ବହିଷ୍କାର କରାନଯିବ, ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏହା ସହିତ ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବାକୁ ହାଇକୋର୍ଟ ବାର ଆସୋସିଏସନ ସାଧାରଣ ପରିଷଦରେ ନିଷ୍ପତ୍ତି ହୋଇଛି ।

Leave a comment