ବଜାରରେ ମିଳୁଛି ଲାଲ ଭେଣ୍ଡି, ଦାମ ଜାଣିଲେ ଚମକି ପଡ଼ିବେ
ଆପଣ ନିଶ୍ଚିତ ଭାବରେ ଭେଣ୍ଡିକୁ ସବୁଜ ପନିପରିବା ଭାବରେ ଜାଣିଥିବେ, କିନ୍ତୁ ଭାରତର ଜଣେ କୃଷକ ତାଙ୍କ ବଗିଚାରେ ଲାଲ୍ ଭେଣ୍ଡି ବଢାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଲାଲ ରଙ୍ଗ ଭେଣ୍ଡି ବିଷୟରେ ହୁଏତ ଆପଣ ବହୁତ କୋଚିତ୍ ଜାଣିଥିବେ। ମିଶ୍ରଲାଲ ରାଜପୁତ ନାମକ ଏହି ଚାଷୀ ଜଣଙ୍କ ଭୋପାଳର ଖଜୁରୀ କଲାଁ ବାସିନ୍ଦା। ସେ ଜୁଲାଇ ମାସରେ ମଞ୍ଜି ବୁଣିଥିଲେ ଏବଂ ଫସଲ ମାତ୍ର ୪୦ ଦିନରେ ବଢ଼ି ଅମଳ ଯୋଗ୍ୟ ହୋଇଥିବା ସେ କୁହନ୍ତି। ANI ସହିତ କଥାବାର୍ତ୍ତା କରି ବ୍ୟକ୍ତି ଜଣକ କହିଛନ୍ତି ଯେ ଲାଲ୍ ଭେଣ୍ଡି ସବୁଜ ଭେଣ୍ଡି ଅପେକ୍ଷା ଅଧିକ ପୁଷ୍ଟିକର ଏବଂ ଏହା ହୃଦଘାତ, ରକ୍ତଚାପ, ମଧୁମେହ କିମ୍ବା କୋଲେଷ୍ଟ୍ରଲ ଥିବା ଲୋକଙ୍କ ପାଇଁ ଅଧିକ ଲାଭଦାୟକ ଅଟେ।ତେବେ ଏହି ଲାଲ୍ ଭେଣ୍ଡି ସବୁଜ ଭେଣ୍ଡି ଅପେକ୍ଷା ୫-୭ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହୋଇଥାଏ। ବଡ ବଡ ସହରର ଦୋକାନ ବଜାରରେ ଏବଂ ମଲରେ ଏହି ଭେଣ୍ଡି ୨୫୦ ଗ୍ରାମ ପିଛା ୩୦୦-୪୦୦ ଟଙ୍କାରେ ମିଳୁଛି। ରାଜପୁତ କୁହନ୍ତି ଯେ ସେ ଏହି ଭେଣ୍ଡି ମଞ୍ଜି ବନାରସରୁ ୨୪୦୦ ଟଙ୍କାରେ ଆଣିଥିଲେ। ଏକର ଜମିରେ ଅତି କମରେ ୪୦-୫୦ କ୍ୱିଣ୍ଟାଲ ଭେଣ୍ଡି ଅମଳ ହେଉଛି। ସୂଚନା ଥାଉ ଯେ ୨୦୧୯ ମସିହାରେ ଏହି ଭିନ୍ନ ଭେଣ୍ଡି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ଉଦ୍ଭାବନ କରାଯାଇଥିଲା। ଏହି ପ୍ରକାରର ଭେଣ୍ଡି ପାଇଁ ସେମାନଙ୍କୁ ୨୩ ବର୍ଷ ଗବେଷଣା କରିବାକୁ ପଡିଥିଲା। ଏହି ପ୍ରଜାତିର ଭେଣ୍ଡିକୁ କାଶୀ ଲାଲିମା କୁହାଯାଏ।