ଏମିତି ତୁଳସୀ, ଘରେ କେବେ ବି ଘରେ ଲଗେଇବେ ନାହିଁ, ଘର ହେଇଯାଏ ବର୍ବାଦ

0

ତୁଳସୀ ପୂଜା ହିନ୍ଦୁ ଧର୍ମର ଏକ ବହୁତ ପୁରୁଣା ପରମ୍ପରା ଅଟେ । ପ୍ରାଚୀନ କାଳରୁ ହିଁ ଘର ଅଗଣାରେ ତୁଳସୀ ପୂଜାର ପରମ୍ପରା ରହିଆସିଅଛି । ତାହା ଜଣେ ରାଜା ଙ୍କ ବାସ ଭବନ ହେଉ ଅଥବା ଜଣେ ଗରିବ ଲୋକର ଘର ହେଉ । ସମସ୍ତ ଘରରେ ତୁଳସୀ ଗଛର ଅବସ୍ଥିତି ଧାର୍ମିକ ଭାବରେ ଅନିର୍ବାର୍ଜ୍ୟ ଅଟେ । ତୁଳସୀ ଙ୍କ ପୂଜାରେ ବହୁତ ଅଧିକ ଲାଭର ପ୍ରାପ୍ତି ହୋଇଥାଏ । ପୂଣ୍ୟ ଫଳ ର ପ୍ରାପ୍ତ ହୋଇଥାଏ । ତୁଳସୀ ପୂଜା ରେ ମାତା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ । ଯେଉଁ ଘରେ ତୁଳସୀ ଙ୍କ ପୂଜା ନିୟମିତ ଭାବରେ ହୋଇଥାଏ ସେହି ଘରେ ସ୍ଥାୟୀ ବାସ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ତୁଳସୀ ଗଛର ବିଶେଷତ୍ଵ ସମ୍ବନ୍ଧରେ କିଛି କହିବାକୁ ଯାଉଅଛୁ । ତୁଳସୀ ପୂଜା କରିବା ନିମନ୍ତେ ସର୍ବ ପ୍ରଥମେ ପ୍ରାତ କାଳରେ ଜଲ୍ଦି ଉଠିବାକୁ ହେବ । ସ୍ନାନ ପରେ ଆପଣ ଯେଉଁଠାରେ ତୁଳସୀ ଗଛ ରଖିଛନ୍ତି ସେଠାକୁ ଜାଆନ୍ତୁ, ପୂଜା ର ସମସ୍ତ ସାମଗ୍ରୀ ନିଜ ସହିତ ନେଇ ଆପଣ ତୁଳସୀ ଗଛ ନିକଟକୁ ଜାଆନ୍ତୁ । ଆପଣ ୩ ଥର ଜଳ ଅର୍ପିତ କରନ୍ତୁ । ଏହା ସହିତ ମାତା ତୁଳସୀ ଙ୍କ ପରିକ୍ରମା କରନ୍ତୁ ।

ତୁଳସୀ ଗଛରେ ଦୀପ ଜଳାଉଥିବା ବେଳେ ସୁଦ୍ଧ ଘୀଅ ର ଦୀପ ପ୍ରଜ୍ଵଳିତ କରନ୍ତୁ । ଆପଣ ଦୀପ ଲଗାଉଥିବା ବେଳେ ଦୀପାଲି ର ତଳେ ଅଳ୍ପ ଚାଉଳ ରଖନ୍ତୁ । ଯଦି ପ୍ରତିଦୀନ ଆପଣ ମାଟିର ଦୀପ ଲଗାଉଛନ୍ତି ତେବେ ଆପଣ ନୀତିଦିନ ତାକୁ ବଦଳାନ୍ତୁ । ତୁଳସୀ ଙ୍କୁ ଆପଣ ଯେ କୌଣସି ମିଠା ଜିନିଷ ର ଭୋଗ ଲଗାନ୍ତୁ । ତୁଳସୀ ପତ୍ର ଏକାଦଶୀ, ଦ୍ଵାଦଶୀ, ପୂର୍ଣ୍ଣିମା, ଅମାବାସ୍ୟା, ସଙ୍କ୍ରାନ୍ତି, ସନ୍ଧ୍ୟାକାଳ, ଗ୍ରହଣକାଳ, ରାତ୍ରି କାଳରେ ଆଦି ସମୟରେ ଆପଣ ତୁଳସୀ ପତ୍ର ତୋଳାନ୍ତୁ ନାହିଁ ।

ମାତ୍ର ଯଦି ଭଗବାନ ଶାଳଗ୍ରାମ ରେ ଭୋଗ ଲଗାଇବାର ଥିଲେ ନିଶ୍ଚିତ ରୂପରେ ଆପଣ ତୁଳସୀ ପତ୍ର ତୋଳି ପାରନ୍ତି । ଭଗବାନ ଶିବ ଙ୍କ ପୂଜା ଅଥବା ଭଗବାନ ଗଣେଶ ଙ୍କ ପୂଜା ରେ ତୁଳସୀ ପତ୍ର ର ପ୍ରୟୋଗ କରାଯାଏ ନାହିଁ । ଯଦି ଆପଣ ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖି ପୂଜା କରନ୍ତି ତେବେ ଅନନ୍ୟ କୋଟି ର ପୂଣ୍ୟ ମିଳିଥାଏ । ଯଦି ଆପଣ ନିଜ ଘରେ ୫ ଟି ତୁଳସୀ ଗଛ ନିଜ ଘରେ ରଖନ୍ତି ତେବେ ଆପଣଙ୍କ ନିମନ୍ତେ ବହୁତ ଲାଭଦାୟକ ସାବ୍ୟସ୍ଥ ହେବ । ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ମଧ୍ୟରୁ ଆପଣ ଯାହାଙ୍କୁ ପୂଜା କରୁଛନ୍ତି ସେହି ଗଛଟି ଶୁଖିଯାଇଥିଲେ ଆପଣ ଅନ୍ୟ ଏକ ଗଛର ପୂଜା କରିପାରିବେ । ଏହାପରେ ଯେଉଁ ତୁଳସୀ ଗଛଟି ଶୁଖିଯାଇଅଛି ସେଠାରେ ଆପଣ ଅନ୍ୟ ଏକ ଗଛ ଆଣି ମଧ୍ୟ ଲଗାଇ ପାରିବେ ।

Leave a comment