ମିଛ କିଡନାପ ଓ ଲଭ ଷ୍ଟୋରୀରେ କ୍ଲାଇମାକ୍ସ, ଗୁମର ଖୋଲିବ ପୋଲିସ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲିଙ୍ଗିପୁର ଡେଲିଭରି ବଏ ମିଛ ଅପହରଣ ମାମଲା। ଡେଲିଭରି ବଏ ପତିତପାବନ ଓ ତାର ପ୍ରେମିକାକୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଧଉଳି ଥାନା ପୋଲିସ। ମଧ୍ୟପ୍ରଦେଶର କଟଣୀରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଁଚିଛି ପୋଲିସ। ୨୩୨୬ କିଲୋମିଟର ଦୂରର ଲଭ ଷ୍ଟୋରି ଓ କିଡନାପରେ ଆସିଛି କ୍ଲାଇମାକ୍ସ।

ଗତ ଶନିବାର ରାତିରେ କିଡନାପ ନେଇ ପତ୍ନୀଙ୍କୁ ଭଏସ ମେସେଜ୍ କରିଥିଲା ପତିତପାବନ। ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କଟଣୀ ରେଲୱେ ଷ୍ଟେସନରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ଠାବ କରିଥିଲା ପୋଲିସ। ପତ୍ନୀ ଠାରୁ ୩୦ ହଜାର ଟଙ୍କା ନେଇ ପ୍ରେମିକା ସହ ଟ୍ରେନ୍ ଯୋଗେ ଚମ୍ପଟ ମାରିଥିଲା ସ୍ୱାମୀ। ଆଜି ପୋଲିସର ପଚାରଉଚରା ପରେ ପୂରା ନାଟକରୁ ହଟିବ ପରଦା। ଅଧିକ ତଥ୍ୟ ପ୍ରେସମିଟରେ ଖୁଲାସ କରିବ କମିଶନରେଟ ପୋଲିସ।

Leave a comment