ଷ୍ଟୋନ ବା ପଥରୀ ରୋଗରୁ ମୁକ୍ତି ଦେବ ଏହି ସରଳ ଘରୋଇ ଉପଚାର

0

ଖରାପ ଖାଦ୍ୟପେୟ କାରଣରୁ ଶରୀରରେ ବହୁ ସମସ୍ୟା ଦେଖାଦେଇଥାଏ। ତା ଭିତରୁ ଷ୍ଟୋନ ବା ପଥରୀ ରୋଗ ଅନ୍ୟତମ। ଏହା କିଡନୀ କିମ୍ବା ଶରୀରର ଯେକୌଣସି ଭାଗରେ ହୋଇପାରେ । ଯାହା କାରଣରୁ ଶରୀରରେ ପୀଡା ଅନୁଭବ ହୋଇଥାଏ । ଯାହାକୁ ସର୍ଜରୀ ଦ୍ୱାରା ଶରୀରରୁ ବାହାର କରାଯାଏ। ଯଦି ପଥରୀ ଛୋଟ ହୋଇଥାଏ ତେବେ ଏହାକୁ ଘରୋଇ ଉପଚାର ଦ୍ୱାରା ଭଲ କରାଯାଇ ପାରିବ।

ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପଚାର ସମ୍ବନ୍ଧରେ :

ଅଁଳା : ଅଁଳା ପଥରୀ ରୋଗ ପାଇଁ ବହୁତ ଲାଭଦାୟକ । ତେଣୁ ସକାଳ ଏବଂ ସନ୍ଧ୍ୟା ସମାୟରେ ଗୋଟିଏ ଚାମଚ ଲେଖାଁଏ ଅଁଳା ପାଉଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉପକାର।

ଜାମୁକୋଳି : ଜାମୁକୋଳି ଖାଇବା ମଧ୍ୟ ପଥରୀ ରୋଗୀଙ୍କ ପାଇଁ ଭଲ। ଏଥିରେ ଥିବା ପୋଷାକ ତତ୍ୱ ଏବଂ ଅଣ୍ଟିଆକ୍ସିଡେଣ୍ଟ ଗୁଣ ମଧୁମେୟ ଭଲକାରିବା ସହ ପଥରୀ ରୋଗକୁବି ବିନାଶ କରିଥାଏ ।

ଅଳେଇଚ ପାଣି : ଗୋଟେ ଗ୍ଲାସ ପାଣିରେ ଏକ ବଡ ଅଳେଇଚ ଦାନା ପକାନ୍ତୁ। ଏକ ଛୋଟ ମିଶ୍ରି ଖଣ୍ଡ ଏବଂ କିଛି ଖରଭୁଜ ମଞ୍ଜି ପକାଇ ରାତି ସାରା ଭିଜାଇ ରଖନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ। ଆଉ ଏଥିରେ ପଡିଥିବା ସବୁ ଜିନିଷକୁ ଚୋବାଇ ଖାଆନ୍ତୁ।

ଭିଟାମିନ ସି ଫଳ : ଭିଟାମିନ ସି ଭରପୁର ଥିବା ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହେବା ସହ ପଥରୀ ରୋଗ ପାଇଁ ରାମବାଣ। ଭିଟାମିନ ସି ଥିବା ଫଳ ଖାଇଲେ ପ୍ରଭାବରେ ପଥରୀକୁ ଏହା ଖଣ୍ଡ ଖଣ୍ଡ କରି ବାହାର କରିଦେଇଥାଏ ।

ଅଧିକ ପାଣି ପିଇବା: ପଥରୀ ରୋଗୀ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏହା ଶରୀରରୁ ଅପରିଷ୍କାର ପଦାର୍ଥ ୟୁରିନ ଦ୍ୱାରା ବାହାରକୁ ବାହାର କରିଥାଏ , ଯାହା ଦ୍ୱାରା ଶରୀରରେ ପଥରୀ ରୋଗ ହେବାର ସମ୍ଭାବନା କାମ ଥାଏ।

Leave a comment