ମୃତ ଦୁଷ୍ୟନ୍ତଙ୍କ ମା’ ଙ୍କ ଥାନାରେ ଅଭିଯୋଗ, ଚକ୍ରାନ୍ତର ଶିକାର ହୋଇଛି ମୋ ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍ୟନ୍ତଙ୍କ ମା’ ବାସନ୍ତି ଦାସ କୁଜଙ୍ଗ ଥାନାରେ କଲେ ଅଭିଯୋଗ । “ମୋ ପୁଅ ତ ଦୁର୍ଘଟଣାର ଶିକାର ହୋଇ ଅକ୍ଷମ ହୋଇ କଟକ ମେଡିକାଲରେ ଚିକିଷାଧିନ ଥିଲା । ତାକୁ ନଧରିଲେ ସେ ଚାଲି ପାରୁନଥିଲା । ସେ ନିଜେ ଏକୁଟିଆ କଟକ ମେଡିକାଲରୁ ଭୁବନେଶ୍ୱର ବିଧାନସଭା ପର୍ଯ୍ୟନ୍ତ ପହଁଚିଲା କିପରି । କିଏ ଜଣେ ଖଳ ପ୍ରକୃତିର ଲୋକ ମୋ ପୁଅକୁ ସେଠାକୁ ନେଇ ଯାଇଥିଲା । ସେ ହିଁ ମୋ ପୁଅକୁ ବିଷ ପିଆଇଛି ଓ ତାର ହାତ କଟିଛି । ତାକୁ ତୁରନ୍ତ ଖୋଜି ବାହାର କରାଯାଉ ” । ଅପରପକ୍ଷରେ ଦୁଷ୍ୟନ୍ତଙ୍କ ମୃତ୍ୟୁରେ ସରକାର ଅତ୍ୟନ୍ତ ଦୁଃଖ ପ୍ରକାଶ କାଟିବା ସହ ତାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଚିକିତ୍ସାରେ ଅବହେଳା ଓ ସରକାରୀ ସହାୟତାରୁ ବଂଚିତ ହୋଇଥିବା ଅଭିଯୋଗ କରି ବିଧାନସଭା ଆଗରେ ବିଷ ପିଇ ଓ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକର ମୃତ୍ୟୁ ଘଟିଥିଲା । ମୃତ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍କ ଥାନା ପଙ୍କପାଳ ଗାଁର ଦାସରଥି ଦାସଙ୍କ ପୁଅ ଦୁଷ୍ମନ୍ତ । ପୋଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି ।

ଗତକାଲି ଅପରାହ୍ଣରେ ଦୁଷ୍ମନ୍ତ ବିଧାନସଭା ସମ୍ମୁଖ ତଥା ଲୋୟର ପିଏମଜିରେ ବିଷ ପିଇ ଓ ହାତକାଟି ଆତ୍ମତ୍ୟା ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ହସପିଟାଲ ପକ୍ଷରୁ କୁହାଯାଉଛି, ତାଙ୍କର ଚିକିତ୍ସା ଠିକଠାକ ଚାଲିଥିଲା, ହେଲେ କେଉଁ କାରଣରୁ ମୃତ୍ୟୁ ଘଟିଲା, ତାହାର ତଦନ୍ତ କରାଯିବ ।

ଅଭିଯୋଗ ଅନୁସାରେ, ୨୦୨୦ ମାର୍ଚ୍ଚ ୨୨ରେ ଦୁଷ୍ମନ୍ତ ସଡ଼କ ଦୁର୍ଘଟଣାରେ ଶୀକାର ହେବା ସହ ବାମ ଗୋଡରେ ଗଭୀର କ୍ଷତ ହୋଇଥିଲା । ଏହାର ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପ୍ଲାଷ୍ଟିକ ସର୍ଜରୀ ପାଇଁ ପରାମର୍ଶ ଦେଇଥିଲେ । ପରେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମାର୍ଚ୍ଚ ୨୩ରେ ଅପରେସନ କରାଗଲା । ଜୁନ ୧୯ରେ ଦିତୀୟ ଅପରେସନ ପରେ ତାଙ୍କୁ ୧୫ଜୁଲାଇ ଡିସଚାର୍ଜ କରାଗଲା । ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋନଥିବାରୁ ପୁଣି ଥରେ ହସପିଟାଲକୁ ଯାଇଥିଲେ । ହେଲେ କରୋନା ସମୟରେ ତାଙ୍କୁ ହସପିଟାଲରେ ଆଉ ଆଡମିସନ କରାଗଲା ନାହିଁ । ପରବର୍ତି ସମୟରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ନଭେମ୍ବର ୨୪ ତାରିଖରେ ଘରୁ ନେଇ ତାଙ୍କୁ ଆଡମିସନ କରାଗଲା, ହେଲେ ଉତମ ଚିକିତ୍ସା କରାଗଲା ନାହିଁ । ଡାକ୍ଟର ପରୋକ୍ଷ ଭାବରେ ନିଜର ଡିପାଟମେଂଟ ଭୁଲ ଅପରେସନ ଏବଂ ଅବହେଳା କରିଛି ମାନିଲେ ଏବଂ କହିଲେ ଏହାର ଚିକିତ୍ସା କଟକରେରେ ସମ୍ଭବ ନୁହେଁ ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ । ସୁପରଟେଣ୍ଡକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସେ ଅଭିଯୋଗ ଗ୍ରହଣ କରିଲେ ନାହିଁ କହିଲେ ପୂର୍ବରୁ ଚିକିତ୍ସା କରାଉଥିବା ଡାକ୍ତର କିମ୍ବା ବର୍ତମାନ ଚିକିତ୍ସା କରାଉଥିବା ଡାକ୍ତର ଦସ୍ତଖତ ଦେଲେ ଆମେ ଉଚ୍ଚ ସ୍ତରୀୟ ବୈଠକ ବସାଇ ତୁମର ଉନ୍ନତ ଚିକିତ୍ସା ଯୋଗାଇ ଦେବୁ ।

ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ବିଭାଗ ଟୁଇଟ କରିଲେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ ରେ ଚିକିତ୍ସା ହେଇପାରିବ । ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ୨/୨/୨୦୨୧ ରେ କଟକ ମେଡିକାଲରୁ ଆସି ପ୍ରାଇଭେଟ ହସ୍ପିଟାଲରେ ଆଡ଼ମିଶନ ହେଲି କିନ୍ତୁ ଗୋଡ଼ ଭଲ ହେବା ପାଇଁ ୩/୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ? ବିଜୁ କୃଷକ କଲ୍ୟାଣ କାର୍ଡ ରେ ସରକାର ଟଙ୍କା ଦେବେ ନାହିଁ ଆପଣ ଲିଖିତ ଆଣନ୍ତୁ ସ୍ୱାସ୍ଥ୍ୟ ବିଭାଗ ଚିଠି (ଲିଖିତ) ଦେଲେ ନାହିଁ ଭୁବନେଶ୍ୱର ରେ ଦୁଇଟି ହସ୍ପିଟାଲ ସମାନ କଥା କହିଲେ । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଲିଖିତ ଦେବାକୁ ମନାକଲେ । ବାଧ୍ୟହୋଇ ନବୀନ ନିବାସ ଗଲି ସେଠାରେ ଅଭିଯୋଗ କରିବାରୁ ପୂନର୍ବାର କଟକ ମେଡିକାଲକୁ ପଠାଇଲେ । ଡାକ୍ତର କହିଲେ ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ କିନ୍ତୁ ସରକାରଙ୍କର କୌଣସି ଅଧିକାରୀ ତାଙ୍କ ଅଭିଯୋଗକୁ ଗ୍ରହଣ କରିଲେ ନାହିଁ । ତେଣୁ ସେ ବାଧ୍ୟହୋଇ ମିଡ଼ିଆ, ସୋସିଆଲ ମିଡ଼ିଆ, ଡାକ (ପୋଷ୍ଟ)ରେ ଏସିବିର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଅବହେଳା ଯୋଗୁଁ ତାଙ୍କର ବାମ ଗୋଡ ଅଚଳ ଅବସ୍ଥା ଅଭିଯୋଗ କରିବାରୁ ମାନ୍ୟବର ରାଜ୍ୟପାଳ, ମାନ୍ୟବର ସ୍ୱାସ୍ଥ୍ୟ ସଚିବ, ଏସିବିର ପ୍ରିନସାଲ, ଏସିବିର ଜେନେରାଲ ସୁପରିଟେଣ୍ଡ ଅଭିଯୋଗ ଗ୍ରହଣ କରିଲେ ଏବଂ ନିର୍ଦେଶ ଦେଲେ ଚିଠି କରିଲେ ବିଏସକେୱାଇରେ ଚିକିତ୍ସା କରାଯିବ । ଗତ ୮ଅଗଷ୍ଟ୨୦୨୧ରେ ଚିଠି ପହଁଚିି ଥିଲା ୧୬ଅଗଷ୍ଟରେ ସେ ଏସସିବିର ଅର୍ଥପେଡିକ୍‌ରେ ଆଡ଼ମିଶନ ହେଲେ । ହେଲେ କୌଣସି ଚିକିତ୍ସା କରାଗଲା ନାହିଁ, ପିଜି ଡାକ୍ତର କହିଲେ ଆଣ୍ଠୁ ପାଦ ଷ୍ଟିପ ହୋଇଯାଇଛି ଏହାର ଚିକିତ୍ସା ଏସସିବିରେ ସୁବିଧା ନାହିଁ ତୁମେ ନିଜ ଇଛାରେ ଘରକୁ ପଳାଅ ନହେଲେ ହଇରାଣ କରିବୁ । ଔଷଧ ମଧ୍ୟ ଖାଇବାକୁ ଦେଲେ ନାହିଁ, ଆଡ଼ମିଶନ ଟିକେଟ ଉପରେ ଔଷଧର ନାମ ଲେଖୁଥିଲେ । ମା ବାସନ୍ତି ଦାସ ଇଚ୍ଛା ମୃତ୍ୟୁ ପାଇଁ ବାଧ୍ୟ ହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ, ମାନ୍ୟବର ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ ।

Leave a comment