ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଙ୍କୁ ଘୋର ବିରୋଧ, ଦେଖାଇଲେ କଳା ପତାକା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସମ୍ବଲପୁର ଗସ୍ତରେ ଯିବା ସମୟରେ ଓକିଲଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ଖରିଫ ଧାନ ଫସଲ ସଂଗ୍ରହ ବୈଠକ ପାଇଁ ସମ୍ବଲପୁର ଆସିଛନ୍ତି ।

ସୂଚନା ଅନୁଯାୟୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଧାନ ସଂଗ୍ରହ ବୈଠକକୁ ସମ୍ବଲପୁର ଗସ୍ତରେ ଯିବା ସମୟରେ ବୁର୍ଲା ଏମ୍‌ସିଏଲ୍ ଫାଟକ ଆଗରେ ଓକିଲମାନେ ତାଙ୍କୁ କଳା ପତାକା ଦେଖାଇଥିଲେ । ପୂର୍ବରୁ ଓକିଲମାନେ ମନ୍ତ୍ରୀଙ୍କୁ ବିରୋଧ କରାଯିବା ନେଇ ଚେତାବନୀ ଦେଇଥିଲେ । ଫଳରେ ବୈଠକ ପାଇଁ ସ୍ଥିର ହୋଇଥିବା ସ୍ଥାନ ପରିବର୍ତ୍ତନ କରାଯାଇଥିଲା ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନହେଲେ ନଭେମ୍ବର ୮ରୁ ସମସ୍ତ ସରକାରୀ ଅଫିସ ବନ୍ଦ କରିବାକୁ ଓକିଲ ସଂଘ ଚେତାବନୀ ଦେଇଛି।

Leave a comment