ଝିଟିପିଟି ହେଉ କି ମୁଷା କିମ୍ବା ମଶା , ଏହି ସମସ୍ତଙ୍କୁ ଭଗାଇବାପାଇଁ ସହଜ ତରିକା – ଆପଣଙ୍କ ଘର ପାଖକୁ ମଧ୍ୟ ଆସିବେନି ଏମାନେ ଆଉ..
ଋତୁ ବଦଳିବା ସହ ଏହି ସବୁ କୀଟ, ପୋକ ଜୋକ ଆତଙ୍କ ସବୁ ଘରରେ ବ୍ୟାପିଯାଏ , ଘରେ ମହିଳାମାନେ ନିଜ ଘରର ରୋଗକୁ ବ୍ୟାପୁଥିବା ଅସରପା,ମୁଷା ଓ ପୋକଜୋକର ଆତଙ୍କ ଯୋଗୁଁ ଚିନ୍ତିତ ରୁହନ୍ତି , ଏମାନେ ଆପଣଙ୍କ ଘରେ ଦୁର୍ଗନ୍ଧ ବ୍ୟାପିବା ସହ ଘରର ସମସ୍ତ ସଦସ୍ୟଙ୍କୁ ରୋଗରେ ପକାଇଦିଅନ୍ତି । ଆମେ ଆପଣଙ୍କୁ କହିଦେବୁ କି ଝିଟିପିଟି,ଅସରପା ଓ ମଶାଙ୍କୁ ଭଗାଇବାର ଘରୋଇ ଉପାୟ । ଅସରପା- ଅଧିକାଂଶ ଘରେ ଅସରପାଙ୍କ ସଂଖ୍ୟା ଅଧିକା ମିଳିଥାଏ , ସେମାନେ ଖାଦ୍ୟ ପାନୀୟ ଜିନିଷ ଗୁଡିକରେ ଘୁରି ବୁଲନ୍ତି, ଯଦି ଆପଣ ଅସରପାର ଆତଙ୍କରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଆପଣ ରସୁଣ, ପିଆଜ, ଓ ଗୋଲମରିଚକୁ ବରାବର ମାତ୍ରାରେ ମିଶାଇକରି ଏକ ପେଷ୍ଟ ପ୍ରସ୍ତୁତ କରିଦେବାର ଅଛି, ଯେବେ ଏହି ପେଷ୍ଟ ହୋଇଯିବ , ତେବେ ସେଥିରେ ଘୋଳ ପ୍ରସ୍ତୁତ କରନ୍ତୁ , ଓ ତାହାକୁ ବୋତଲରେ ପକାଈ ଯେଉଁ ଜାଗାରେ ଅସରପା ଅଛନ୍ତି ସେଠାରେ ଛିଞ୍ଚନ୍ତୁ । ଦେଖିବେ ଅସରପା ଆଉ ଦେଖାଯିବେ ନାହିଁ ।
ମଶା- ମଶାଙ୍କୁ ଦୁର କରିବାକୁ ହେଲେ ରସୁଣର କିଛି ପାଖୁଡା ପେଷିକରି ତାକୁ ପାଣିରେ ସିଝାନ୍ତୁ ଓ ପାଣି ଥଣ୍ତା ହେଲେ ତାକୁ ଘରର ଚାରିପଟ ସ୍ପ୍ରେ କରନ୍ତୁ, ଏହା ଦ୍ୱାରା ମଶା ମାନେ ଆଉ ଘରେ ରହିବେ ନାହିଁ ,ଓ ଆପଣଙ୍କୁ ମଶାଙ୍କ ଦାଉରୁ ରକ୍ଷା ମିଳିବ ।
ମାଛି- ମାଛି ଅଧିକାଂଶ ମଇଳା ଜାଗାରେ ବସନ୍ତି । ତାପରେ ଆମର ଘରରେ ପଶିକରି ଖାଇବା ପିଇବା ଜିନିଷରେ ବସିକରି ମଇଳା ତ କରନ୍ତି ତାହା ସହ ରୋଗକୁ ବି ନିମନ୍ତ୍ରଣ କରନ୍ତି । ତାଙ୍କ ଦାଉରୁ ରକ୍ଷା ପାଇବାକୁ ହେଲେ କଟନ ବଲରେ ଅଧିକା ଗନ୍ଧ ବାଲା ତେଲ ବୁଡାଇକରି କବାଟ ପାଖରେ ରଖନ୍ତୁ , ଏହି ତେଲର ଗନ୍ଧରୁ ମଶା ଦୁର ହୋଇଯିବେ ।
ମୂଷା- ଯେଉଁ ଘରେ ମୁଷା ରହିଥାନ୍ତି , ସେହି ଘରେ ଆପଣ କଟନରେ ପେପରମିଣ୍ଟ ଲଗାଇକରି ଏମିତି ଜାଗାରେ ରଖିବାକୁ ହେବ ଯେଉଁଠି ମୁଷା ରହିଥିବେ । ଏହା ଛଡା ଆପଣ ପେପରମିଣ୍ଟ କିଛି ଖଣ୍ତ ଓ କିଚେନର କୋଣର ଭିତରେ ରଖିଦିଅନ୍ତୁ, ଏହାର ଗନ୍ଧ ରୁ ମୁଷାଙ୍କ ନିଶ୍ୱାସ ନେବାରେ ଅସୁବିଧା ଲାଗିବ ।ଯାହା ଦ୍ୱାରା ସେ ମରିଯିବେ , କିମ୍ବା ଘରୁ ପଳାଇପାରନ୍ତି ।
ଝିଟିପିଟି- ଘରେ ଥିବା ଝିଟିପିଟି ଦାଉରୁ ରକ୍ଷା ପାଇବାକୁ ହେଲେ କେବଳ ୫-୬ ଟି ମୟୁର ପୁଚ୍ଛ ଲଗାଇବାକୁ ହେବ , ଏମିତି କରିଲେ କିଛି ଦିନରେ ଝିଟିପିଟି ଆପଣଙ୍କ ଘରୁ ଗାୟବ ହୋଇଯିବ । ଓ ତା ଛଡା ଆପଣ ଅଣ୍ତାର ଖାଲି ଚୋପାକୁ କେଉଁ ଉଚ୍ଚା ଜାଗାରେ ରଖିପାରିବେ ଆପଣଙ୍କୁ କହିଦେବୁ କି ଅଣ୍ତାର ଗନ୍ଧରୁ ସେମାନେ ଘରୁ ବିଦା ହୋଇଯାଆନ୍ତି ।
କିଟ ନିବାରକ ନିମ୍ବର ଉପଯୋଗ- ନିମ୍ବ ଏମିତି ଏକ ଔଷଧୀ ଅଟେ, ଯାହାର ଉପଯୋଗରେ କିଟ ପତଙ୍ଗ ମଶା ଦୁର ପଳାନ୍ତି , ଏହାର ଉପଯୋଗ କରିଲେ ଅସରପା ବି ଦୁର୍ ହୋଇଯାଆନ୍ତି , ଏଥିପାଇଁ ଆପଣଙ୍କ ନିମ୍ବର ପତ୍ରକୁ ନିମ୍ବର ପାଉଡର ଉପଯୋଗ କରିବେ , ଏହା ସହଜରେ ଉପଲ୍ଲବ୍ଧ ହୋଇଥାଏ, ନିମ୍ବର ପାଉଡରକୁ ପ୍ରଭାବିତ ସ୍ଥାନରେ ଛିଞ୍ଚନ କରନ୍ତୁ , ଏମିତି କରିଲେ ଅସରପା ଦୁରେଇ ଯିବେ ।