ଅମିତ ଶାହାଙ୍କୁ କେନ୍ଦ୍ରୀୟ ଗୁଇନ୍ଦା ବିଜେଡ଼ି କୁ ନେଇ କି ରିପୋର୍ଟ ଦେଲା ପଢନ୍ତୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): “ଓଡ଼ିଶାରେ ପ୍ରାୟ ୫୪ ପ୍ରତିଶତ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ମାତ୍ର ରାଜ୍ୟରେ ବିଜେଡ଼ି ଏହି ପ୍ରସଙ୍ଗ କୁ ଠିକ ଭାବେ ବୁଝାଇ ପାରୁନାହିଁ । ଅନ୍ୟ ରାଜ୍ୟରେ ଏହି ପ୍ରସଙ୍ଗ ଲୋକ ହୃଦୟଙ୍ଗମ କଲେଣି। ବିଜେଡ଼ି ଆରମ୍ଭ କରିଥିବା ଓବିସି ରାଜନୀତି ଏତେଟା ଧାର ଧରିବ ନାହିଁ” ତେଣୁ କେନ୍ଦ୍ର ସରକାରଙ୍କୁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ହଁ ପାଠକ ବନ୍ଧୁ ଉପରୋକ୍ତ ସାରାଂଶ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓଡ଼ିଶା ଶାଖା ପକ୍ଷରୁ ସ୍ୱରଷ୍ଟ୍ର ମନ୍ତ୍ରାଳୟ କୁ ପଠାଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ସେହିପରି ଓବିସି ରାଜନୀତି ଆରମ୍ଭ କରିଥିବା ବିଜେଡ଼ି ଆଗାମୀ ଦିନରେ କେତେକ ଓବିସି ନେତାଙ୍କୁ ମନ୍ତ୍ରୀ ମଣ୍ଡଳରୁ କାଢ଼ିବା ପାଇଁ ଯୋଜନା କରୁଥିବା ପୂର୍ବରୁ ରାଜନୈତିକ ମହଳକୁ ସରଗରମ କରିଥିଲା । ସେମାନଙ୍କ ମଧ୍ୟରେ ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁଙ୍କ ନାଁ ଚର୍ଚ୍ଚା ହେଉଥିଲା। ବିଜେଡ଼ିର ଓବିସି ସେଲ ଅଛିକି ନାହିଁ, ତାହା କାହାରିକୁ ଜଣାନାହିଁ । ଅନ୍ୟ ରାଜ୍ୟ ସରକାର ମାନେ ନିଜସ୍ୱ ପ୍ରଚେଷ୍ଟା ଓବିସିଙ୍କୁ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ମାତ୍ର ଓଡ଼ିଶାର ତାହା ହୋଇନାହିଁ । ଏହି ପ୍ରସଙ୍ଗ ରାଜ୍ୟରେ କଂଗ୍ରେସ, ବିଜେପି, ସମାଜବାଦୀ ପାର୍ଟି ଉଠାଇ ଆସୁଛନ୍ତି ।

ଜାତୀୟ ସ୍ତରରେ ଓବିସିକୁ ପ୍ରାଧାନ୍ୟ ଦେଉଥିବା ଦଳ ଗୁଡିକ ଦଳୀୟ ସଙ୍ଗଠନରେ ଏବଂ ସାମ୍ବିଧାନିକ ପଦବୀରେ ସ୍ଥାନ ଦେଇଛନ୍ତି ହେଲେ ବିଜେଡ଼ି ର ଦଳୀୟ ସଙ୍ଗଠନର ଦୁଇ ମୁଖ୍ୟ ପଦ ପାଇଛନ୍ତି । ଏକାଧିକ ବରିଷ୍ଠ ପର୍ଯ୍ୟବେକ୍ଷକ, ଲୋକସଭା ରେ ଦଳର ସଂସଦୀୟ ନେତା, ରାଜ୍ୟସଭା ନେତା ସବୁ ଉଚ୍ଚ ବର୍ଗର । ତେଣୁ ଓବିସି ପଲିଟିକ୍ସ ରେ ବିଜେଡ଼ି ରାଜ୍ୟ ରାଜନୀତିରେ ପଛୁଆ ରହିବ ବୋଲି କେନ୍ଦ୍ରୀୟ ଗୁଇନ୍ଦା ପ୍ରାଥମିକ ଆକଳନ କରିଛି ।

ଅପରପକ୍ଷରେ ବିଜେପି ଓବିସି ଓ ଅନ୍ୟ ବର୍ଗକୁ ଆଖି ଦୃଷ୍ଟିଆ ପଦପଦବୀରେ ଅବସ୍ଥାପିତ କରିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(ଓବିସି) ପୂର୍ବରୁ ଆଦିବାସୀ ନେତା ଜୁଏଲ ଓରାମ ଉଚ୍ଚ ପଦବୀରେ ରହି ଆସିଥିଲେ । ସେହିପରି ରାଜ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏସି ବର୍ଗର , ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠି ମଧ୍ୟ ସେହି ବର୍ଗର । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟରେ ବିରୋଧୀ ମୁଖ୍ୟ ସଚେତକ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଆଦିବାସୀ ବର୍ଗ ର । ତେଣୁ ବିଜେଡ଼ିର ଓବିସି ରାଜନୀତି ମହାନଦୀ ରାଜନୀତି ଭଳି ଫିକା ପଡ଼ିବାର ସମ୍ଭାବନା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

Leave a comment