ସିନ୍‌ କ୍ରିଏସନ୍‌ ପାଇଁ ପାରଳା ଆସିବେ ବିଦ୍ୟାଭାରତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାରଳା ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁକୁ ବିତିଲାଣି ୫୦ ଦିନ । କ୍ରାଇମବ୍ରାଞ୍ଚ ତଦନ୍ତକୁ ପାଖାପାଖି ମାସେ ହେଲାଣି । ତଥାପି ମୃତ୍ୟୁ ସସପେନ୍ସ ଉପରୁ ହଟିନି ପରଦା । କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ପରେ ବି ଖୋଲିନି ଏସିଏଫ ସୌମ୍ୟଙ୍କ ଡେଥ ମିଷ୍ଟ୍ରି। ଆଗକୁ ବିଦ୍ୟାଭାରତୀଙ୍କୁ ସିନ୍‌ କ୍ରିଏସନ୍‌ ପାଇଁ ପାରଳା ଯିବାକୁ ଡକରା ଆସିପାରେ। ବିଦ୍ୟା, ଗଜପତି ଡିଏଫଓ ଓ ରୋଷେୟାଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ । ଆବଶ୍ୟକ ହେଲେ ହୋଇପାରେ ଲାଏ ଡିଟେକସନ୍‌ ଟେଷ୍ଟ ।
ବିଦ୍ୟା, ତାଙ୍କ ପରିବାର ଏବଂ ସୌମ୍ୟଙ୍କ ପରିବାର ଦେଇଥିବା ବୟାନର ଏବେ ଅନୁଧ୍ୟାନ କରୁଛି କ୍ରାଇମବ୍ରାଞ୍ଚ । ପାରଳାରେ ସାକ୍ଷୀ ଦେଇଥିବା ବୟାନ ସହ ସେସବୁକୁ ମେଳ କରାଯାଉଛି । ଏହାପରେ ନିର୍ଦ୍ଧାରଣ ହେବ ତୃତୀୟ ପର୍ଯ୍ୟାୟ ତଦନ୍ତର ଦିଗ । ଆଗକୁ ତଦନ୍ତରେ କି ଟ୍ଵିଷ୍ଟ ଆସିବ ଓ କ୍ରାଇମବ୍ରାଞ୍ଚ କେଉଁ ନିଷ୍କର୍ଷରେ ପହଞ୍ଚିବ ତାଉପରେ ନଜର ରହିଛି ।

ଏସିଏଫ୍‌ ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରା। ଆସନ୍ତା ୯ ତାରିଖରେ ବାଲେଶ୍ୱର ଖଇରା ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ। ସୌମ୍ୟଙ୍କ ମୃତ୍ୟୁକୁ ୫୦ ଦିନ ବିତିଯାଇଥିଲେ ମଧ୍ୟ ଦୌଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି।

Leave a comment