ହାତୀ ମୃତ୍ୟୁ ପାଇଁ ସେସୁ କୁ କୋଟିଏ ଟଙ୍କାର ଜୋରିମାନା ଲଗାଇଲା ଏନ. ଜି. ଟି ।

0


ଓଡ଼ିଶା ଫାଷ୍ଟ(ବୁରୋ): ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ. ଜି. ଟି) ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ସେସୁର ଅବହେଳା ଯୋଗୁଁ ୧ କୋଟି ଟଙ୍କାର ଜୋରିମାନା କରିଛି । ଏନ. ଜି. ଟି ନିଜ ତରଫରୁ ଏକ ମାମଲା ରଜ୍ଜୁ କରିବା ସହ ସେସୁ କୁ ଏହାପାଇଁ ଦାୟି କରିଥିଲା । ଏହି ମାମଲା ଟି ଜଷ୍ଟିସ ଆଦର୍ଶ ଗୋଏଲଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଥିଲା ଯେଉଁଥିରେ ସେସୁ ଦୋଷୀ ସାବ୍ୟସ୍ତ ହେବାରୁ ୧କୋଟି ଟଙ୍କାର ଜୋରିମାନା କରାଯାଇଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର କମଳାଙ୍ଗଠାରେ ବିଲ ମଝିରେ ୮ଫୁଟ ଉଚ୍ଚାରେ ଯାଇଥିବା ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ପ୍ରାଣ ହରାଇଥିଲେ । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଦ୍ୟୁତ ଅଧିକାରୀ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ ।

ସେହିପରି ପୂର୍ବରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ମଧ୍ୟ ଢେଙ୍କାନାଳ ହାତୀ ମୃତ୍ୟୁ ପାଇଁ ସେସୁ କୁ ଦାୟି କରିଥିଲେ ।

Leave a comment