ବିବାହ କରିବା ପୂର୍ବରୁ ପରଖନ୍ତୁ ବ୍ୟକ୍ତିର ଏହି ୫ ଗୁଣ, ଜୀବନରେ ହେବନି ଝଡ଼

0

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ପ୍ରାସଙ୍ଗିକତା ଆଜି ବି ସମାଜରେ ପ୍ରଚଳିତ । ମହାନ ଅର୍ଥଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟଙ୍କର ରାଜନୈତିକ, ସାମାଜିକ, ଆର୍ଥିକ ଓ ଦାର୍ଶନିକ ବିଷୟରେ ଗଭୀର ଜ୍ଞାନ ଥିଲା । ଚାଣକ୍ୟଙ୍କ ନୀତି ଆଧାରରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ମଗଧର ସମ୍ରାଟ ହୋଇ ପାରିଥିଲେ । ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତି ଶାସ୍ତ୍ରରେ ଏମିତି ୫ ଗୁଣ ସମ୍ପର୍କରେ କହିଛନ୍ତି ଯାହାକୁ ପାଳନ କଲେ ବୈବାହିକ ଜୀବନରେ କେବେ ବି ଝଡ଼ ଉଠିବ ନାହିଁ ।
କାରଣ ଚାଣକ୍ୟ, ଜଣେ କନ୍ୟାକୁ କିଭଳି ବ୍ୟକ୍ତିକୁ ବିବାହ କରିବାକୁ ହେବ ସେ ସମ୍ପର୍କରେ କହିଛନ୍ତି । ଚାଣକ୍ୟଙ୍କ ନୀତିରେ ଯେଉଁ ବ୍ୟକ୍ତିର ଏପରି ଗୁଣ ଥାଏ, ସେପରି ବ୍ୟକ୍ତିକୁ ବିବାହ କଲେ ଜୀବନରେ ଅସୁବିଧା ହେବନାହିଁ । ଆସନ୍ତୁ ଜାଣିବା କ’ଣ ସେହି ଗୁଣ ଜଣେ ବ୍ୟକ୍ତିର ରହିବା କଥା ।

ଧାର୍ମିକ ବିଚାରର ବ୍ୟକ୍ତି ହେବା ଦରକାର :

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବ୍ୟକ୍ତି ଧାର୍ମିକ ବିଚାରବନ୍ତ ହୋଇଥିବା ଦରକାର । ଏମିତି ବ୍ୟକ୍ତି ସବୁ ପରିସ୍ଥିତିରେ ସକରାତ୍ମକ ଭାବନା ରଖିଥାଏ । ଯେ ସବୁ ବ୍ୟକ୍ତିଙ୍କ ସମ୍ପର୍କରେ ଭଲ ଚିନ୍ତା କରିଥାଏ । ବିବାହ ପରେ ଏହି ବ୍ୟକ୍ତି ନିଜ ପତ୍ନୀର ଭାଗ୍ୟୋଦୟ ମଧ୍ୟ କରିଥାଏ ।
ସନ୍ତୁଷ୍ଟ : ଚାଣକ୍ୟଙ୍କ ମତରେ ଯଦି ଆପଣଙ୍କ ଜୀବନ ସାଥୀ ସନ୍ତୁଷ୍ଟ ତେବେ ବିପରୀତ ପରସ୍ଥିତିରେ ମଧ୍ୟ ଆପଣଙ୍କ ହାତ ଛାଡ଼ିନଥାଏ । ସେ ସବୁ କଠିନ ସମୟରେ ଆପଣଙ୍କ ସାଥି ଦେଇଥାଏ ।

କ୍ରୋଧ କରୁନଥିବା ବ୍ୟକ୍ତି : ଚାଣକ୍ୟଙ୍କ ମତରେ ଆପଣଙ୍କ ଜୀବନ ସାଥୀ ଏମିତି ହେବା ଦରକାର ଯେ କି କେବେ କ୍ରୋଧ କରୁନଥିବେ । କାରଣ କ୍ରୋଧ ବ୍ୟକ୍ତିର ବିବେକକୁ ନଷ୍ଟ କରିଦେଇଥାଏ । ଫଳରେ ସେ ଠିକ ନିର୍ଣ୍ଣୟ ନେଇ ପାରି ନଥାଏ । ତେଣୁ ବିବାହ ପୂର୍ବରୁ ଆପଣଙ୍କ ସାଥିର ଏହି ଗୁଣକୁ ନିଶ୍ଚୟ ପରଖନ୍ତୁ ।

ଧର୍ଯ୍ୟବାନ ହେବା :

ଆପଣଙ୍କ ଜୀବନ ସଙ୍ଗୀ ଧର୍ଯ୍ୟବାନ ହେବା ଜରୁରୀ । କାରଣ ଏପରି ବ୍ୟକ୍ତି ପ୍ରତିକୂଳ ସମୟରେ ମଧ୍ୟ ଉପଯୁକ୍ତ ନିଷ୍ପତ୍ତି ନେଇଥାନ୍ତି ଓ ଜୀବନ ସାଥୀଙ୍କୁ ସହଯୋଗ କରିଥାନ୍ତି ।

ବଚନ ମଧୂର ହେବା ଦରକାର :

ଚାଣକ୍ୟଙ୍କ ଅନୁସାରେ ବ୍ୟକ୍ତି ସର୍ବଦା ମଧୂର(ମିଠା) କଥା କହୁଥିବା ଆବଶ୍ୟକ । କାରଣ ମିଠା କହୁଥିବା ବ୍ୟକ୍ତି ଯେ କୌଣସି ବ୍ୟକ୍ତିଙ୍କ ମନ ଜୟ କରିପାରିଥାନ୍ତି । ଯେଉଁ ବ୍ୟକ୍ତି ମିଠା କଥା କହିଥାନ୍ତି, ତାଙ୍କ ଘରେ ସର୍ବଦା ଲକ୍ଷ୍ମୀ ବାସ କରିଥାନ୍ତି ।

Leave a comment