ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ। ୨୦୦୩ରେ ଉମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ଉମାଶଙ୍କର। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ହେଉଛନ୍ତି ଉମାସଙ୍କର ମିଶ୍ର। ସିବିଆଇ ନିର୍ଦ୍ଦେଶକ ଥିବାବେଳେ ଉମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଉମାଶଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଉମାଶଙ୍କର ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ। ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।