ଏଠି କାମ କରୁନି ଇଲେକ୍ଟ୍ରୋନିକ୍ସ ଆଇଟମ୍ ! କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ
ଆଧୁନିକ ଯୁଗରେ ଇଲେକ୍ଟ୍ରୋନିକ୍ସ ଆଇଟମ୍ ବିନା ଜୀବନ କଳ୍ପନା କରିବା କଷ୍ଟକର। ସକାଳଠାରୁ ରାତି ପର୍ଯ୍ୟନ୍ତ, ଆମେ ସବୁ ଜାଗାରେ ଇଲେକ୍ଟ୍ରୋନିକ୍ ଜିନିଷ ଆବଶ୍ୟକ କରୁ। ଯଦି କେହି ଆପଣଙ୍କୁ କୁହନ୍ତି ଯେ ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଇଲେକ୍ଟ୍ରୋନିକ୍ ଜିନିଷ କାମ କରେନି , ତେବେ ଆପଣ କ’ଣ କହିବେ ? ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କୌଣସି ଇଲେକ୍ଟ୍ରୋନିକ୍ ଆଇଟମ୍ କାମ କରେ ନାହିଁ । ଏହି ସ୍ଥାନଟି ସାଇଲେନ୍ସ ଜୋନ୍ ଭାବରେ ଜଣାଶୁଣା । ସ୍ଥାନଟି ମେକ୍ସିକୋ ସହରରେ ରେ ଅବସ୍ଥିତ । ସବୁଠାରୁ ବିଚିତ୍ର କଥା ହେଉଛି ଦୁନିଆର ସମସ୍ତ ପ୍ରକାର ବୈଦ୍ୟୁତିକ ଉପକରଣ ଏହି ସ୍ଥାନକୁ ଆସିବା ମାତ୍ରେ ସ୍ୱୟଂଚାଳିତ ଭାବରେ କାମ ବନ୍ଦ ହୋଇଯାଏ। କୁହାଯାଏ ଯେ ଏଠାରେ କିଛି ଶକ୍ତି ଅଛି ଯାହା ପାଇଁ କୌଣସି ପ୍ରକାରର ରେଡିଓ ଫ୍ରିକ୍ୱେନ୍ସି କାମ କରେ ନାହିଁ। ଏହି ସ୍ଥାନ ମେକ୍ସିକୋର ଚିହୁହୁଆ ମରୁଭୂମି ଭାବରେ ଜଣାଶୁଣା । ଦୁନିଆର ସମସ୍ତ ପ୍ରାନ୍ତର ବୈଜ୍ଞାନିକ ଏହି ସ୍ଥାନରେ କଣ ଅଛି ଯାହା ଦ୍ୱାରା ଏଠାରେ କୌଣସି ବୈଦ୍ୟୁତିକ ଜିନିଷ କାମ କରେ ନାହିଁ ଜାଣିବା ପାଇଁ ଅନେକ ଗବେଷଣା କରି ଫେଲ ମାରିଛନ୍ତି । ଯଦିଓ ସ୍ଥାନକୁ ନେଇ ଅନେକ କଥା କୁହାଯାଏ । ଏଠାରେ ଏକ ଉଲାକାପିଣ୍ଡ ଖସିବା ପରେ ଏହି ସ୍ଥାନର ରହସ୍ୟ ଜଣାପଡିଥିଲା । ପ୍ରଥମ ଥର ପାଇଁ ୧୯୩୮ ମସିହାରେ ଏଠାରେ ଏକ ଉଲାକାପିଣ୍ଡ ଖସିଥିଲା। ଏହା ପରେ ୧୯୫୪ ମସିହାରେ ଅନ୍ୟ ଏକ ଉଲାକାପିଣ୍ଡ ସମାନ ସ୍ଥାନରେ ପଡିଲା। ସେବେଠାରୁ ଲୋକମାନେ ଏହି ସ୍ଥାନରେ କିଛି ଅଦ୍ଭୁତ ଶକ୍ତି ଥିବାର ଦାବି କରିବାକୁ ଲାଗିଲେ। ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ କାହିଁକି ଏହି ରହସ୍ୟମୟ ସ୍ଥାନରେ କାମ କରିବା ବନ୍ଦ କରି ଦିଏ ତାହା, ଯେତେବେଳେ ଆମେରିକାର ଏକ ଟେଷ୍ଟ୍ ରକେଟ୍ ଏହି ପାଖ ଦେଇଯାଉଥିବା ଧ୍ୱଂସ ହୋଇଗଲା ସେତେବେଳେ ଜଣାପଡିଲା । ଏହା ଘଟଣାପରେ ବୈଜ୍ଞାନିକମାନେ ଏହି ସ୍ଥାନରେ ପହଞ୍ଚି ଆଶ୍ଚର୍ଯ୍ୟ ହୋଇଥିଲେ, ଏଠି ଦିଗବାରିଣୀ କମ୍ପାସ୍ ଏବଂ ଜିପିଏସ୍ ଚକ୍ର ପରି ଘୁରୁଥିଲା। ସେବେଠାରୁ ଏହି ସ୍ଥାନର ନାମ ହେଲା ‘ସାଇଲେନ୍ସ ଜୋନ୍’ । ୧୯୬୬ ମସିହାରେ ଏହି ସ୍ଥାନକୁ ଏହିପରି ନାମ ଦିଆଯାଇଥିଲା ଯେତେବେଳେ ଏକ ତୈଳ କମ୍ପାନୀ ଏଠାକୁ ତେଲ ଖୋଜିବା ପାଇଁ ଆସିଥିଲେ, ସେତେବେଳେ କମ୍ପାନୀର ଲୋକମାନେ ୫୦କିଲୋମିଟରରୁ ଅଧିକ ବ୍ୟାପିଥିବା ଏହି ଅଞ୍ଚଳରେ ଗବେଷଣା ଆରମ୍ଭ କରିବା ସମୟରେ ବିରକ୍ତି ଅନୁଭବ କରିଥିଲେ , କାରଣ ସେମାନଙ୍କର ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ସ୍ୱୟଂଚାଳିତ ଭାବରେ ଏଠାରେ ବନ୍ଦ ହୋଇଯାଇଥିଲା । ଏହାପରେ ଏହିଭଳି ଗୋଟିଏ ପରେ ଗୋଟିଏ ଘଟଣା ନଜରକୁ ଆସିଥିଲା। ଏବେ ମଧ୍ୟ ସ୍ଥାନଟି ରହସ୍ୟମୟ ହୋଇ ରହିଛି ।