କାଲାବୁର୍ଗୀର ୫୦ ଗାଁରେ ଭୂକମ୍ପର, ଲୋକେ ଆତଙ୍କିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଲାବୁର୍ଗୀର ଜିଲ୍ଲାର ତିନୋଟି ତାଲୁକର ପ୍ରାୟ ୫୦ଟି ଗାଁରେ ଭୂକମ୍ପ ଅନୁଭୂତ । ପରିସ୍ଥିତି ଏପରି ହୋଇଥିଲା ଯେ, ଲୋକେ ଘରୁ ବାହାରି ପଳାଇ ଆସିଥିଲେ । ଭୟରେ ସାରା ରାତି ମଧ୍ୟ ବାହାରେ ରହିଥିଲେ । ବିଳମ୍ବିତ ରାତିରେ ଗାଁରେ ପହଂଚିଥିଲେ କଲବର୍ଗୀ ସାଂସଦ ଡଃ. ଉମେଶ ଯାଦବ ସେଦାମ ବିଧାୟକ ରାଜକୁମାର ପାଟିଲ ଟେକୋର ।
ଏହାସହ ସେ ଗ୍ରାମବାସୀଙ୍କୁ ଯେକୌଣସି ପରିସ୍ଥିତିରେ ସାହାଯ୍ୟ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଇଥିବା ଅନୁମାନ କରାଯାଉଛି । ସୂଚନା ଥାଉକି, କାଲାବୁର୍ଗୀର ଜିଲ୍ଲାର ଚିଞ୍ଚୋଲି କାଲାଗି ତାଲୁକର ସେଡାମ ଗ୍ରାମରେ ସନ୍ଧ୍ୟା ୭ଟାରେ କମ୍ପନ ଅନୁଭୂତ ହୋଇଥିଲା । ଶୁକ୍ରବାର ଦିନ ରାତି ୯ ଟାରେ ଗ୍ରାମବାସୀ ମଧ୍ୟ ଏହି ଶବ୍ଦ ଶୁଣିଥିଲେ । ଭୂକମ୍ପ ହୋଇଛି ବୋଲି ଭାବି ସେମାନେ ନିଜ ଘରୁ ଖୋଲା ପଡ଼ିଆକୁ ଦୌଡି ପଳାଇଆସିଥିଲେ ।
ଏହାସହ ଲୋକଙ୍କୁ ଗାଁରେ ଡ଼୍ରମ୍ ବଜାଇ ନିଜ ଘର ଭିତରେ ଶୋଇବାକୁ କୁହାଯାଇଥିଲା । ସ୍ଥାନୀୟ ଗ୍ରାମବାସୀ କହିଛନ୍ତି ଯେ ଦୀର୍ଘ ଦିନ ହେବ ସେମାନେ ଜୋରରେ କୋଳାହଳ, ସାମାନ୍ୟ କମ୍ପନ ଅନୁଭବ କରୁଛନ୍ତି । କାଲାବୁର୍ଗୀର ଜିଲ୍ଲା କର୍ତ୍ତୃପକ୍ଷ ଘଟଣାର କାରଣ ଅନୁସନ୍ଧାନ କରୁଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଅଞ୍ଚଳ ଚୂନ ପଥରରେ ଭରପୂର, ଯେତେବେଳେ ବି ଜଳ ଜମା ହୁଏ, ଏକ ଉଚ୍ଚ ସ୍ୱର ନିର୍ଗତ ହୁଏ । କାଲାବୁର୍ଗିୀ ଗ୍ରାମ ତେଲେଙ୍ଗାନାର ବିକାରାବାଦ ଜିଲ୍ଲା ସୀମାରେ ଅବସ୍ଥିତ । ଯେଉଁଠାରେ ଅଗଷ୍ଟ ୨୦ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।