ବତୀ ପେଲାଙ୍କ ପାଇଁ ବଢୁଛି ବିଜେଡି ଅନୁଦାନ (ପାର୍ଟ-୧)
ଓଡ଼ିଶା ଫାଷ୍ଟ(Exclusive): ରାଜଧାନୀରେ ସକ୍ରିୟ ଥିବା କେତେକ ୱେବ ପୋର୍ଟାଲକୁ ଶାସକ ବିଜେଡି ପକ୍ଷରୁ ମାତ୍ରାଧିକ ଅନୁଦାନ ଦିଆଯାଉଛି । ତେଲିଆ ମୁଣ୍ଡରେ ତେଲ ନ୍ୟାୟରେ ପାଣି ଭଳିଆ ଟଙ୍କା ଖର୍ଚ୍ଚ କରାଯାଉଛି । ଏପରିକି ସେଇମାନଙ୍କୁ ଲଗାଇ କେତେକ ନିର୍ଦ୍ଦିଷ୍ଟ ଅଫିସର, ଆଇଏଏସ ଏବଂ କେତେକ ବିଜେଡି ନେତାଙ୍କୁ ଟାର୍ଗେଟ କରାଯାଉଛି । ଏହି ପୋର୍ଟାଲ ମାଲିକମାନେ ନିଜକୁ ଶାସକ ଦଳର ଅତି ନିକଟତର ଦେଖାଇ ଟେଣ୍ଡର ହାତେଇବା, ବିଭିନ୍ନ ଠିକା କାମ ନେବା, ତଳିଆ ଅଫିସରଙ୍କୁ ଧମକେଇବା କାମ କରୁଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ପରେ ୱେବ ପୋର୍ଟାଲ ମାନଙ୍କୁ କୌଣସି ବିଜ୍ଞାପନ ଆନୁଷ୍ଠାନିକ ଦିଆଯାଇନାହିଁ । କିନ୍ତୁ କେତେକ ବତୀପେଲା ନିୟମିତ ଭାବେ ମାସିକିଆ ଅନୁଦାନ ପାଇ ଆସୁଛନ୍ତି । ନାମ ଗୋପନ ରଖି ଜଣେ ଯୁବ ଉଦ୍ୟୋଗୀ, ଯିଏକି ଇଂରାଜୀ ୱେବ ପୋର୍ଟାଲ କରିଛନ୍ତି । ସେ କହିଛନ୍ତି ଯେ, ଲୋକ ହ୍ଵାଟ୍ସଆପରେ ପେପର ପିଡ଼ିଏଫ(PDF) ଫାଇଲ ବୁଲାଇ ଟଙ୍କା ଆଦାୟ କରି ସାମ୍ରାଜ୍ୟ ବୃଦ୍ଧି କରୁଛନ୍ତି । ପୁଣି ଡିଜିଟାଲ ମିଡ଼ିଆର ନବକଳେବର ପାଇଁ ଅର୍ଥ ପାଉଛନ୍ତି । ଏକଥା କ’ଣ କାହା ଆଖିକୁ ଦେଖାଯାଉନାହିଁ ବୋଲି ସେ କହିଛନ୍ତି ।
ସେହିପରି ଅନ୍ୟ ଜଣେ କହିଛନ୍ତି, ” ନିଜସ୍ୱ ପଇସା ରେ ଡିଜିଟାଲ ହଉସ ନବକଳେବର କରିଛି। ଏକଥା କେତେକଙ୍କ ଦେହରେ ଯାଉନି । ଅଫିସର ମାନେ ବି ବହୁତ ହଇରାଣ କରିଛନ୍ତି । ସେହି ଅଫିସର ଭୁବନେଶ୍ୱର ରେ ଉଚ୍ଚ ପଦବୀରେ ରହିଛନ୍ତି । ତାପରେ ବିଜେଡି ପାଇଁ ଏକ ପ୍ରକାର ଚିହ୍ନା ପଡୁଛୁ । ତେଣୁ ଟଙ୍କା ହଟେଇବୁ ନାହିଁ କାହିଁକି ବୋଲି ସେ କହିଛନ୍ତି ।
ବିଜେଡିର ଜଣେ ଛପର(ମୁଣ୍ଡରେ ବାଳ ନଥିବା) ଉପକୂଳ ବିଧାୟକ ଏହି ଅପାତ୍ରମାନଙ୍କୁ ଅତ୍ୟଧିକ ଅନୁକମ୍ପା ପ୍ରଦାନ କରୁଛନ୍ତି ।