ଘଟଣା ଦିନ DFOଙ୍କ ବାସଭବନରେ ଉପସ୍ଥିତି ଥିଲେ ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ ଜେରାରେ ହେଲା ଖୁଲାସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) :ଜଣଙ୍କ ପରେ ଜଣଙ୍କୁ ଘଣ୍ଟା ଘଣ୍ଟା ଧରି ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍ । ବୁଧବାର ୫ମ ଦିନରେ ମଧ୍ୟ ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତର ଓ କିଛି ସ୍ବାସ୍ଥ୍ୟକର୍ମୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଦୀର୍ଘ ଗୋଟିଏ ମାସ ଧରି ତଦନ୍ତ କରି ପୋଲିସ ବିଫଳ ହୋଇଥିବା ବେଳେ ସତକୁ ଖୋଜି ବାହାର କରିବା କ୍ରାଇମବ୍ରାଞ୍ଚ ପାଇଁ ଚାଲେଞ୍ଜ ସୃଷ୍ଟି ହୋଇଛି । ସେଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ।

ମଙ୍ଗଳବାର ବନ ବିଭାଗ କର୍ମଚାରୀମାନଙ୍କୁ କ୍ରାଇମବ୍ରାଞ୍ଚ ଜେରା ପରେ ଚାଞ୍ଚଲ୍ୟକର ବୟାନ ଆସିଛି । ଘଟଣା ଦିନ ଡିଏଫଓଙ୍କ ବାସଭବନରେ ଜିଲ୍ଲାପାଳଙ୍କ ଉପସ୍ଥିତିର ଖୁଲାସା କରିଥିବା ବେଳେ ଆଗକୁ କ୍ରାଇମବ୍ରାଞ୍ଚର ତଦନ୍ତ ପୋଲିସ ତଦନ୍ତରେ ଚାପି ଦେଇଥିବା ଅନେକ ତଥ୍ୟ ବାହାରକୁ ଆସିବାର ସମ୍ଭାବନା ରହିଛି ।

ସେପଟେ ଜିଲ୍ଲାପାଳଙ୍କ ଉପସ୍ଥିତି ସ୍ପଷ୍ଟ ହେବା ପରେ ଚର୍ଚ୍ଚା ଜୋର ଧରିଛି ଯେ, ଏଥିପାଇଁ ହିଁ ସବୁ ଜାଣିଶୁଣି ପୋଲିସ ଚାପରେ ତଦନ୍ତକୁ ବାଟବଣା କରୁଥିଲା ତାହା ହେଲେ କ୍ରାଇମବ୍ରାଞ୍ଚ ପୁଣି ଥରେ ଅଦୃଶ୍ୟ ଚାପର ବଶବର୍ତ୍ତୀ ହେବନି ତ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a comment