ହଟ୍ସ୍ପଟ୍ ପାଲଟିଲା ମାର୍ଥା ଭିନେୟାର୍ଡ: ମାସ୍କଲେସ୍ ବର୍ଥଡେ ସେଲିବ୍ରେସନ କରି ୭୪ ବ୍ୟକ୍ତି ସଂକ୍ରମିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନାର ତୃତୀୟ ଲହର ପ୍ରକୋପ ଦେଖାଦେଲାଣି । ଏବେ କରୋନାର ନୂଆ ହଟସ୍ପଟ୍ ପାଲଟିଛି ଇଂଲଣ୍ଡରେ ଥିବା ମାର୍ଥା ଭିନେୟାର୍ଡ । ଏଠାକାର ଅତି କମରେ ୭୪ ଜଣ ବ୍ୟକ୍ତି କୋଭିଡ -19 ପାଇଁ ପଜିଟିଭ୍ ଟିହ୍ନଟ ହୋଇଛନ୍ତି । କାରଣ ଏଠାରେ ବାରାକ ଓବାମାଙ୍କ ୬୦ତମ ବର୍ଥଡେ ସେଲିବ୍ରେସନ ପାଳନ ହୋଇଥିଲା । ଯାହାକି ଏପ୍ରିଲ୍ ପରଠାରୁ ଏହି ଦ୍ୱୀପରେ ସର୍ବାଧିକ ମାମଲା ।
ସୂଚନା ଥାଉକି ମାର୍ଥା ଭିନେୟାର୍ଡରେ ଆମେରାକିର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ୬୦ ତମ ଜନ୍ମଦିନ ସେଲିବ୍ରେସନନ କରାଯାଇଥିଲା । ତେବେ ଏଠାରେ ସେଲିବ୍ରେସନ ସମୟରେ ନାଁ ଥିଲା କାହାରି ମୁହଁରେ ମାସ୍କ, ନାଁ ଥିଲା ସାମାଜିର ଦୂରତା । ଫଳରେ ମାସ୍କଲେସ୍ ପାର୍ଟିରେ ଏକାଠି ହୋଇଥିଲେ ଶହ ଶହ ଅତିଥି । କେବଳ ଅତିଥି ନୁହେଁ ଆହୁରି ଅନେକ ଲୋକ ବି ଏହି ଦ୍ୱୀପରେ ଥିଲେ ।
ଟିସବିରୀ ସ୍ୱାସ୍ଥ୍ୟ ଏଜେଣ୍ଟ ତଥା ସ୍ୱାସ୍ଥ୍ୟ ମୁଖପାତ୍ର ମଉରା ଭ୍ୟାଲିର ବୋର୍ଡ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ତେବେ ଏହି ଓବାମାଙ୍କ ପାର୍ଟିରେ ଆଉ କେଉଁମାନେ ସାମିଲ ଥିଲେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ହୋଇନି । ଓବାମାଙ୍କ ପାର୍ଟିରେ ବ୍ରାଡଲେ କୁପରଙ୍କ ସମେତ ଅନେକ ସେଲିବ୍ରିଟି ହାରବର୍ ଭ୍ୟୁ ବି ସାମିଲ ହୋଇଥିଲେ । ତେବେ ଏମାନେ ଯେଉଁ ହୋଟେଲରେ ରହିଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ତେବେ ଆଶ୍ଚର୍ଯ୍ୟକର କଥା ଯେ, ଏହି ପାର୍ଟିରୋ କଭିଡ ଗାଇଡଲାଇନ ଠିକ ଭାବେ ପାଳନ ହୋଇନି ।