ଫ୍ରିଜରେ ଫଳ ଓ ପରିବା ରଖୁଥିଲେ ଜାଣନ୍ତୁ ଏହି ସବୁ କଥା, ନଚେତ୍ ହୋଇପାରେ ଅସୁବିଧା

0

ଫଳ ଓ ପନିପରିବାକୁ ସତେଜ ରଖିବା ସହ ବେଶୀ ଦିନ ରଖିବା ପାଇଁ ଲୋକେ ଫି୍ରଜ୍‌ରେ ରଖିଥାନ୍ତି । ତେବେ ରଖିବାର ତରିକା ଅଭାବରୁ ଏହି ସବୁ ଜିନିଷ ଶୀଘ୍ର ନଷ୍ଟ ହେବା ସହ ଜିନିଷର ପୈାଷ୍ଟିକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଫଳ ଓ ପନିପରିବା ରଖିବାର ବିଧି । ଯାହାଦ୍ୱାରା ଏହା ଶୀଘ୍ର ନଷ୍ଟ ନହେବା ସହ ଖାଦ୍ୟର ମାନ ମଧ୍ୟ ବଜାୟ ରହିବ ।
ବ୍ରେଡ୍‌ :ବ୍ରେଡ୍‌କୁ ଫ୍ରିଜ୍‌ରେ ଖାଲି କେବେ ରଖନ୍ତୁ ନାହିଁ । ଏହାକୁ ପ୍ଲାଷ୍ଟିକରେ ଭଲ ଭାବେ ଗୁଡାଇ କରି ରଖନ୍ତୁ । ଫଳରେ ବ୍ରେଡ୍‌ ନଶୁଖିବା ସହ ଏହାର କୋମଳତା ବଜାୟ ରହିବ । ଖାଇବାର କିଛି ସମୟ ପୂର୍ବରୁ ଏହାକୁ ବାହାରେ ରଖନ୍ତୁ ।

ଲେମ୍ବୁ :ଲେମ୍ବୁ, ସନ୍ତରା ଓ ମୈାସୁମୀ ଆଦି ଖଟା ଫଳକୁ ଫିଜ୍‌ରେ ରଖନ୍ତୁ ନାହିଁ । କାରଣ ଏଥିରେ ଦାଗ ପଡ଼ିଯିବା ସହ ଫଳରୁ ରସ ମଧ୍ୟ ଶୁଖିବା ଆରମ୍ଭ କରିଥାଏ । ଖଟା ଫଳକୁ ସାମନ୍ୟ ତାପମାତ୍ରା ଥିବା ସ୍ଥାନରେ ରଖିବା ଜରୁରୀ ।

ଆଳୁ :ଏହାକୁ ଫ୍ରିଜ୍‌ରେ ରଖିବା ବଦଳରେ ଘରର ଥଣ୍ଡା ଜାଗାରେ ରଖନ୍ତୁ । ଫଳରେ ଏହା ବେଶୀ ଦିନ ରହିବ । ଆଳୁକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏଥିରେ ଥିବା ଷ୍ଟ୍ରାଚ୍‌ ଚୀନୀରେ ପରିବର୍ତ୍ତିତ ହୋଇଯାଏ । ଯାହାର ପ୍ରଭାବ ସ୍ୱାଦ ଉପରେ ପଡିଥାଏ । ଆଳୁକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ କେବେ ରଖନ୍ତୁ ନାହିଁ । ଆଳୁ ସହ ପିଆଜ ଓ ରସୁଣ ରଖିବା ଦ୍ୱାରା ଏହା ମଧ୍ୟ ଭଲ ରହିଥାଏ ।
ଟମାଟର : ବିଶେଷଜ୍ଞଙ୍କ ମତରେ ଏହା ଗରମ ଓ ଥଣ୍ଡା ଉଭୟ ଆବଶ୍ୟକ କରିଥାଏ । ଫ୍ରିଜ୍‌ରେ ରଖିଲେ ଏହା ବେଶୀ ଥଣ୍ଡା ସହି ପାରି ନଥାଏ । ଫଳରେ ଶୀଘ୍ର ସଢ଼ି ଯାଇଥାଏ ।

କଦଳୀ : କଦଳୀକୁ କେବେ ବି ଫ୍ରିଜ୍‌ରେ ରଖନ୍ତୁ ନାହିଁ । ଏଥିରୁ ଏଥିଲିନ୍‌ ଗ୍ୟାସ୍‌ ବାହାରି ଅନ୍ୟ ଜିନିଷକୁ ପଚାଇ ଦେଇଥାଏ । ବାହାରେ ରଖିଲେ ଏହା ୨/୪ ଦିନ ଆରାମରେ ରହିଥାଏ ।

ସେଓ :ମୂଲ୍ୟବାନ ହେବା କାରଣରୁ ଏହାର ଚିନ୍ତା ଅଧିକ ହୋଇଥାଏ । ଯଦି ଫ୍ରିଜ୍‌ରେ ରଖୁଛନ୍ତି ତେବେ ଏହାକୁ ଉପର ସେଲ୍ଫରେ କେବେ ବି ରଖନ୍ତୁ ନାହିଁ ।

କାକୁଡ଼ି, ତରଭୁଜ କିମ୍ବା ଖରଭୁଜ :ଖାଇବାର ଅଧା ଘଣ୍ଟା ପୂର୍ବରୁ ଏହାକୁ ଫ୍ରିଜ୍‌ରେ ରଖନ୍ତୁ । କାରଣ ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ପୋଷ୍ଟିକ ତତ୍ତ୍ୱ ଅଧିକ ଥଣ୍ଡା ସହି ନ ପାରି ଖରାପ ହୋଇଯାଇଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ପିଆଜ,ରସୁଣ : ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ପିଆଜ ଷଢ଼ି ଯିବାବେଳେ ରସୁଣ ଗଜା ହୋଇଯାଇଥାଏ । ତେଣୁ ଏହାକୁ କମ୍‌ ଉତ୍ତାପ ଥିବା ସ୍ଥାନରେ ରଖିବା ଦରକାର ।

ଫିଜ୍‌ରେ ରଖିବା ବେଳେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଫଳ ଓ ପରିବାର ନଷ୍ଟ ନହେବା ସହ ଏହାର ପୈାଷ୍ଟିକତା ମଧ୍ୟ ବଜାୟ ରହିଥାଏ ।

Leave a comment