ଶ୍ରାବଣ ସୋମବାର ଦିନ ଶିବଙ୍କୁ ଜଳ ଚଢାଇବା ସମୟରେ ଲୋଟାରେ ପକେଇ ଦିଅନ୍ତୁ ଏହି ୧ ଜିନିଷ, ତୁରନ୍ତ ସବୁ ମନୋକାମନା ହେବ ପୂର୍ଣ୍ଣ
ଶ୍ରାବଣ ମାସର ସୋମବାର ଦିନ ଭଗବାନ ଶିବ ଙ୍କୁ ଜଳ ଲାଗି କରୁଥିବା ସମୟରେ ଜଳ ଅର୍ପଣ କରୁଥିବା ଲୋଟା ରେ ଏହି ଗୋଟିଏ ଜିନିଷ ପକାଇ ଦେଲେ, ଯଥାଶୀଘ୍ର ଆପଣଙ୍କର ମନୋକାମନା ପୂର୍ଣ୍ଣ ହୋଇଯିବ । ଶାସ୍ତ୍ର ଅନୁଯାୟୀ ଶ୍ରାବଣ ମାସ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ତଥା ବିଶେଷ ମାସ ଭାବରେ ପରିଗଣିତ ହୋଇଥାଏ । ଏହି ମାସ ଭଗବାନ ଶିବ ଙ୍କୁ ସମର୍ପିତ ହୋଇଥାଏ । ଏହି ମାସରେ ପଡୁଥିବା ସୋମବାର ବିଶେଷ ରୂପେ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ନିମନ୍ତେ ବ୍ରତ ତଥା ପୂଜା କରାଯାଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଚଳିତ ବର୍ଷ ଜୁଲାଇ ୨୫ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇ ଏହା ଅଗଷ୍ଟ ମାସର ୨୨ ତାରିଖ ପର୍ଯ୍ୟନ୍ତ ରହିବ । ଶ୍ରାବଣ ର ପ୍ରଥମ ସୋମବାର ୨୬ ଜୁଲାଇ ରେ ପଡୁଅଛି । ଏହି ମାସରେ ସମୁଦାୟ ୪ ସୋମବାର ପଡିବ । ଆଜି ଆମ୍ଭେ ଆପଣ ମାନଙ୍କୁ ଶ୍ରାବଣ ମାସର ପୂଜା ବିଧି ତଥା ଭଗବାନଙ୍କୁ ଜଳଲାଗି କରାଇବା ସମୟରେ ଲୋଟାରେ ଏକ ବିଶେଷ ଜିନିଷର ପ୍ରୟୋଗ ସମ୍ବନ୍ଧରେ କହିବାକୁ ଯାଉଅଛୁ ।
ଏହା ଦ୍ଵାରା ଆପଣଙ୍କ ର ସମସ୍ତ ମନୋକାମନା ପୂର୍ଣ୍ଣ ହେବ । ଶ୍ରାବଣ ସୋମବାର ରେ କରାଯାଇଥିବା ପୂଜାର୍ଚ୍ଚନା ରେ ଭଗବାନ ପ୍ରସନ୍ନ ହୋଇ ନିଜ ଭକ୍ତ ଙ୍କ ମନୋକାମନା କୁ ଅତିଶୀଘ୍ର ପୂର୍ଣ୍ଣ କରିଥାନ୍ତି । ଏହି ମାସରେ ଭଗବାନ ଶିବ ମାତା ପାର୍ବତୀ ଙ୍କ ସହିତ ପୃଥିବୀ ଭ୍ରମଣ ନିମନ୍ତେ ବାହାରିଥାନ୍ତି ଏବଂ ନିଜ ଭକ୍ତ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଶ୍ରାବଣ ସୋମବାର ରେ ବ୍ରତ କରିଲେ ଆପଣଙ୍କ ଜୀବନରେ ଆସୁଥିବା ବିପତି ଦୂର ହେବା ସହିତ ଆପଣ ନିଜ ଜୀବନରେ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରିବେ । ଏହି ମାସର ସୋମବାର ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ସ୍ନାନ ସାରି ସ୍ଵଛ ବସ୍ତ୍ର ଧାରଣ କରି ବ୍ରତ ର ସଂକଳ୍ପ ନିଅନ୍ତୁ । ସର୍ବ ପ୍ରଥମେ ପଞ୍ଚବୃତ ରେ ଭଗବାନ ଶିବ ଙ୍କର ଅଭିଷେକ କରନ୍ତୁ । ଏହାପରେ ସ୍ଵଛ ଜଳରେ ତାଙ୍କର ସ୍ନାନ କରାନ୍ତୁ । ଅଭିଷେକ କରାଇବା ସମୟରେ “ଓମ ନମଃ ଶିବାୟ” ମନ୍ତ୍ରଟିର ଜପ କରନ୍ତୁ । ଏହା ସହିତ ଶିବ ଚାଳିଶା ତଥା ରୁଦ୍ରାଷ୍ଟକ ର ପାଠ କରନ୍ତୁ । ଏହାପରେ ବେଳ ପତ୍ର ସମେତ ପ୍ରଭୁ ଙ୍କର ପ୍ରିୟ ଫୁଲ ତଥା ପୂଜା ସାମଗ୍ରୀ ତାଙ୍କୁ ଅର୍ପିତ କରନ୍ତୁ । ଶାସ୍ତ୍ର ରେ ମାନ୍ୟତା ରହିଅଛି ଯଦି ଆପଣ ଶ୍ରାବଣ ସୋମବାର ରେ ଭଗବାନ ଶିବ ଙ୍କୁ ଜଳ ଚଢାଉଛନ୍ତି, ତେବେ ସେହିବ ଜଳରେ କିଛି ଭସ୍ମ ପକାଇ ଭଗବାନ ଙ୍କୁ ଜଳ ଅର୍ପଣ କରନ୍ତୁ । ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।