ଜଣେ ଯୁବତୀ ରାସ୍ତାରେ ଶୋଇ କଲେ ଟ୍ରାଫିକ ଜାମ, ପଢନ୍ତୁ କାହିଁକି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ମହାରାଷ୍ଟ୍ର, ପୁଣେର ସ୍ବାରଗେଟ୍‌ ଅଞ୍ଚଳରେ ଜଣେ ଯୁବତୀ ରାସ୍ତାରେ ଶୋଇପଡିଲେ । ଫଳରେ ହୋଇଗଲା ଟ୍ରାଫିକ ଜାମ । ଯୁବତୀଙ୍କ ଏପରି ଅବସ୍ଥା ଦେଖି ଶହ ଶହ ଗାଡ଼ିମୋଟର ରାସ୍ତାରେ ଅଟକି ରହିଗଲା । ଘଟଣାଟି ବୁଝୁ ବୁଝୁ ଜଣାପଡ଼ିଲା ଜଣେ ଯୁବତୀ ମଦ ନିଶାରେ ରାସ୍ତାରେ ଶୋଇଛନ୍ତି । ଏହାର କିଛି ସମୟରେ ଯୁବତୀ ଜଣକ ଉଠି ଆରମ୍ଭ କରିଦେଲେ କାଣ୍ଡ । କେତେବେଳେ ରାସ୍ତା ଉପରେ ଶୋଇ ପଡୁଥାନ୍ତି ତ ଆଉ କେତେବେଳେ ବସି ଗାଡ଼ି ମୋଟରକୁ ଅଟକାଉଥାନ୍ତି । ତାଙ୍କର ଏହି ହାଇ ଡ୍ରାମା ଦେଖି କେହି ଜଣେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଦେଇଛନ୍ତି । ଯାହା ଏବେ ଖୁବ୍‌ ଭାଇରାଲ ହେଉଛି ।

ଯୁବତୀ ଜଣକ ନିଶାରେ ପୂରା ଚୁର୍‌ ଥିଲେ । ଯେଉଁ ଗାଡ଼ି ଗଲା ତାକୁ ଅଟକାଇଲେ । କିଛି ସମୟ ଧରି ଏପରି ଡ୍ରାମା କରିବା ପରେ ପୁଣେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଧରି ନେଇ ପଚରାଉଚରା କରୁଛି ।

Leave a comment