ଶ୍ରାବଣ ମାସରେ ଭୁଲରେ ବି ଏହି ୪ ଟି ଜିନିଷ କାହାକୁ ଦିଅନ୍ତୁ ନାହିଁ, ଭଗବାନ ଶିବ ହୁଅନ୍ତି କ୍ରୋଧିତ

0

ଶ୍ରାବଣ ମାସ କୁ ଭଗବାନ ଶିବ ଙ୍କର ଶକ୍ତି ର ମାସ ବୋଲି କୁହାଯାଇଥାଏ । ଏହି ମାସରେ ଯଦି କୌଣସି ବ୍ୟକ୍ତି ନିଜର ସମସ୍ତ କାର୍ଯ୍ୟ କୁ ତ୍ୟାଗ କରି ଭଗବାନ ଙ୍କ ଅରଧାନ କରିଥାଏ ଅଥବା ଭଗବାନ ଭୋଳାନାଥ ଙ୍କୁ ପ୍ରସନ୍ନ କରିଥାଏ, ତେବେ ତାହାର କୁଣ୍ଡଳୀ ବହୁତ ଶକ୍ତିଶାଳୀ ହୋଇଯାଇଥାଏ । ସାକ୍ଷାତ ଭଗବାନ ଭୋଳାନାଥ ତାହାର ଜୀବନରେ ପ୍ରବେଶ କରିଥାନ୍ତି । ଭୋଳାନାଥ ଙ୍କର ତାଙ୍କ ଘରେ ଆଗମନ ହୋଇଯାଇଥାଏ । ଏହି କାରଣରୁ ଶ୍ରାବଣ ମାସର ବିଶେଷ ମହତ୍ଵ ରହିଅଛି । ଶ୍ରାବଣ ମାସରେ ଯେଉଁଭଳି ଭଲ କର୍ମ କରି ଭୋଳାନାଥ ଙ୍କୁ ପ୍ରସନ୍ନ କରିପାରିବେ ଠିକ ସେହି ପରି କିଛି ବିଶେଷ କାର୍ଯ୍ୟ କୁ କରିବାକୁ ମନା କରାଯାଇଅଛି । ଆସନ୍ତୁ ଜାଣିବା ତାହା କଣ ଅଟେ ? ଯଦି ଆପଣ ଶ୍ରାବଣ ମାସରେ ଏହାର ପାଳନ କରିଥାନ୍ତି ତେବେ ବହୁତ ଆନନ୍ଦ ର ସହିତ ଜୀବନ ଜାପାନ କରିଥାନ୍ତି ।

୧- ଶ୍ରାବଣ ମାସରେ ଭଗବାନ ଭୋଳାନାଥ ଙ୍କ ସହିତ ଜଡିତ କୌଣସି ପ୍ରକାରର ଫଳ, ବସ୍ତ୍ର ତଥା ଅନ୍ୟାନ୍ୟ ପୂଜା ସାମଗ୍ରୀ କାହାକୁ ଉଧାର ତଥା ଦାନ କରି ଦିଅନ୍ତୁ ନାହିଁ । ମାନଯାଇଅଛି ଯେ, ଏହି ପ୍ରକାର ସାମଗ୍ରୀ ଯଦି ଆପଣ ଅନ୍ୟ କାହାକୁ ଦେଇଥାନ୍ତି ତେବେ ସାମଗ୍ରୀ ସହିତ ଭୋଳାନାଥ ଙ୍କ କୃପା ମଧ୍ୟ ସେହି ବ୍ୟକ୍ତି ସହିତ ତାଙ୍କ ଘରକୁ ଚାଲି ଯାଇଥାଏ ।
୨- ଶ୍ରାବଣ ମାସକୁ ଧନ ର ମାସ ବୋଲି କୁହାଯାଏ । ଏଣୁ ମାନେ ରଖନ୍ତୁ ଯେ ଏହି ମାସରେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଠାରୁ ଧନ ଉଧାର ମାଗିବାକୁ ଆସନ୍ତି ତେବେ ଆପଣ ତାଙ୍କୁ ଉଧାର ଦିଅନ୍ତୁ ନାହିଁ । ଏବଂ ଆପଣଙ୍କୁ କୌଣସି ଅନ୍ୟ ବ୍ୟକ୍ତି ଙ୍କ ଠାରୁ ଉଧାର ମଧ୍ୟ ଆଣିବା କଥା ନୁହେଁ । ମାନ୍ୟତା ରହିଅଛି ଯେ, ଶ୍ରାବଣ ମାସରେ ଯଦି ଆପଣ ଧନ କାହାକୁ ଉଧାର ଦିଅନ୍ତି ତଥା ନିଅନ୍ତି ତେବେ ସେହି ଧନ କେବେ ଫେରି ଆସେ ନାହିଁ । ଏବଂ ଯେଉଁ କରଜ ଆପଣ ଅନ୍ୟ ଠାରୁ ନେଇ ଥାନ୍ତି ତାହା କ୍ରମଶ ଆପଣଙ୍କ ଉପରେ ଚଢିବାକୁ ଲାଗିଥାଏ ।

୩- ଭଗବାନ ଶିବ ଙ୍କୁ ଦୁଗ୍ଧ ଦ୍ଵାରା ଅଭିଷେକ କରାଯାଇଥାଏ । ଯଦି ଆପଣ ଏହି ମାସରେ କାହାକୁ ସକାଳେ ଅଥବା ସନ୍ଧ୍ୟା ସମୟରେ ଦୁଗ୍ଧ ତଥା ଦହି ଉଧାର ଦେଇଥାନ୍ତି ତେବେ ଆପଣଙ୍କ ଘରର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲି ଯାଇଥାନ୍ତି । ଏହା ସହିତ ଭୋଳାନାଥ ଙ୍କ କ୍ରୋଧ ର ମଧ୍ୟ ସାମ୍ନା କରିବାକୁ ହୋଇଥାଏ ।

୪- ଯଦି ଆପଣ ଶ୍ରାବଣ ମାସରେ କାହାକୁ ଉପହାର ଦେବାକୁ ଚାହୁଁଛନ୍ତି ତେବେ ଭୁଲରେ ମଧ୍ୟ ଆପଣ ପିନ୍ଧିଥିବା ଘଡି ଅଥବା ବଜାରରୁ କିଣି ଆଣିଥିବା ଘଡି କାହାକୁ ଭେଟ ସ୍ୱରୂପ ଦିଅନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଖରାପ ତଥା ଭଲ ସମୟ ସେହି ବ୍ୟକ୍ତି ଜଣକ ପାଖକୁ ଚାଲିଯାଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a comment