ସ୍ମାର୍ଟସିଟିରେ କାୟା ମେଲାଉଛି ଡେଙ୍ଗୁ, ଓ୍ୱାଡ ରୁ ଓ୍ୱାର୍ଡ ସଚେତନ କରୁଛି ବିଏମସି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ) : କରୋନା ପରେ ରାଜଧାନୀରେ ଭୁବନେଶ୍ବରରେ ଡେଙ୍ଗୁ ବିସ୍ତାର କରିବାରେ ଲାଗିଛି । ଫଳରେ ବିଏମସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ୩ଟି ଜୋନର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ବିଏମ୍ସିର ସ୍ବତନ୍ତ୍ର ଟିମ୍ । ଶହୀଦନଗର ପୂଜା ମଣ୍ଡପ ଅଞ୍ଚଳ , ଶ୍ରୀୟା ଛକ, କୁଲି ବସ୍ତି, ବୁଦ୍ଧେଶ୍ବରୀ କଲୋନୀ , ସେହିଭଳି ଉତ୍ତର ଜୋନର ତାରିଣୀ ବସ୍ତି ୱାର୍ଡ ନଂ-୮, ଡମଣା ହାଟ ବସ୍ତି, ଡମଣା ଛକ, ନୀଳାଦ୍ରି ବିହାର ଅଞ୍ଚଳ, ଦକ୍ଷିଣ ଜୋନର ଗାନ୍ଧୀ ବସ୍ତି, ଆଇଡି ମାର୍କେଟ, ରେଣ୍ଟାଲ କଲୋନୀ ବସ୍ତିରେ ବ୍ୟାପକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ସ୍ବାସ୍ଥ୍ୟକର୍ମୀ ମାନେ ଘରେ ଘରେ ବୁଲି ଡେଙ୍ଗୁ ମଶା କେମିତି ହୁଏ, ମଶା ତେଲ ବ୍ୟବହାର ଉପରେ ସଚେତନ କାରାଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫ କୁ ବୃଦ୍ଧି ପାଇଛି । ୫୩୬୬ ଟି ଘରକୁ ବୁଲି ୨୨୨୬୦ ଜଣଙ୍କ ସ୍ୱାସ୍ଥ୍ୟ ଗତ ତଥ୍ୟ ସଂଗ୍ରହ କରାଯାଇଛି । ୧୩୯୦ ଟି ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇଛି । ୫୮୮ ଟି ସ୍ଥାନରେ ଡେଙ୍ଗୁ ଲାର୍ଭା ଚିହ୍ନଟ କରାଯାଇଛି ।

Leave a comment