ବଦଳାନ୍ତୁ ଏହିସବୁ ଅଭ୍ୟାସ, ଆପଣଙ୍କୁ ଦାରିଦ୍ର୍ୟ ଆଡ଼କୁ ଟାଣି ନେଇପାରେ
ଆମ ଜୀବନ ନୀତି ନିୟମ ଓ ଧର୍ମ କୁ ନେଇ ଆଧାରିତ । ସବୁ ମଣିଷ କିଛି ଟା ନିୟମକୁ ସାମିଲ କରି ନିଜ ଜୀବନକୁ ଆଗକୁ ବଢ଼ାଇ ଥାଆନ୍ତି । ଜୀବନରେ ଭକ୍ତି , ବୈରାଗ୍ୟ , ସଦାଚାର , ଜ୍ଞାନ ଉପରେ ଆଧାରିତ । ନିଷ୍କାମ କର୍ମ ସହିତ ଜ୍ଞାନ , ତପ , ଦାନ ର ମଧ୍ୟ କିଛିଟା ବିଶେଷ ସ୍ଥାନ ରହିଛି । ସେହିଭଳି ଶାସ୍ତ୍ରରେ କୁହାଯାଇଛି କେଉଁ ସବୁ କର୍ମ ମଣିଷକୁ ଦାରିଦ୍ର୍ୟ ଆଡ଼କୁ ଟାଣି ନେଇଥାଏ ।
ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଅସନା ପୋଷାକ ପରିଧାନ କରିଥାଏ , ତେବେ ମାତା ଲକ୍ଷ୍ମୀ ତା ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି । କାରଣ ସବୁବେଳେ ଆଚରଣ ବିଧି ଦ୍ଵାରା ଲକ୍ଷ୍ମୀ ବାସ କରନ୍ତି ।
ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ସବୁବେଳେ ଅନ୍ୟ ମାନଙ୍କ ର ଭୁଲ୍ ଖୋଜି ଥାଏ କିମ୍ବା ଅନ୍ୟମନଙ୍କ ପ୍ରତି ଭୁଲ୍ ଭାଷା ସବୁବେଳେ ପ୍ରୟୋଗ କରିଥାଏ ସେଭଳି ବ୍ୟକ୍ତି ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।
ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ସମୟ ଧରି ଶୋଇ ରହିଥାଏ ତା ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ସେ ସବୁବେଳେ ଅଭାବ ଅନାଟନ ମଧ୍ୟରେ ସଂଘର୍ଷ କରିଥାଏ ।
ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ନିଜର ଧନକୁ ନେଇ ଗର୍ବ କରିବା ଉଚିତ୍ ନୁହେଁ । କାରଣ ଅହଙ୍କାରୀ ଓ ଗର୍ବୀ ମଣିଷ ନିକଟରେ ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯେଉଁ ବ୍ୟକ୍ତି ସର୍ବଦା ନିଜ ଧନକୁ ଅହଙ୍କାର କରିଥାଏ ଲକ୍ଷ୍ମୀ ଛଡ଼ା ହୋଇଥାଏ ।