ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁଲାଇ ୩୧ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ। ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ ରେଜଲ୍ଟ। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଜୁଲାଇ ୩୧ ପରେ ପ୍ରକାଶ ପାଇବ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ। ୩୧ ପରେ କଳା ରେଜଲ୍ଟ ପ୍ରକାଶ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ଲୋଡିଛନ୍ତି। ଏ ନେଇ ସୁପ୍ରିମକୋର୍ଟରେ ସ୍ଵତନ୍ତ୍ର ପିଟିସନ ଦାୟର କରାଯାଇଛି। ଉଲ୍ଲେଖନୀୟ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ ପ୍ରକାଶ କରିବାକୁ କହିଥିଲେ ସୁପ୍ରିମକୋର୍ଟ।

Leave a comment