ଇଣ୍ଡିଆନ୍ ଷ୍ଟାର୍ସ୍ ଆୱାର୍ଡ : ଓଡିଆ ପ୍ରତିଯୋଗୀ ଅନୀତା ଓ ସଂସ୍କୃତି ରନର୍ସ ଅପ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇ ଅନ୍ଧେରୀ ଓେଷ୍ଟଠାରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆନ୍ ଷ୍ଟାର୍ସ୍ ଆୱାର୍ଡ- ଗ୍ଲୋବାଲ୍ ଇଣ୍ଡିଆ ଡିଭାଇନ୍ ଫ୍ୟାସନ୍ ସୋ’ । ଏଥିରେ ମିସ୍ ଓ ମିସେସ୍ ଗ୍ଲୋବାଲ ଇଣ୍ଡିଆ ଡିଭାଇନ୍ ପ୍ରତିଯୋଗିତାରେ ଓଡିଆ ମଡେଲ ସଂସ୍କୃତି ସାମଲ ଓ ଅନୀତା ପାତ୍ର ପ୍ରଥମ ରନର୍ସ ଅପ୍ ହୋଇଛନ୍ତି । ଏହି ପ୍ରତିଯୋଗୀଙ୍କୁ ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ଏହାସହ ଅନୀତା ବ୍ରାଣ୍ଡ ଆମ୍ବାସାଡାର ଟଇଟଲ କ୍ରାଉନ ପିନ୍ଧିଛନ୍ତି । ବଲିଉଡ୍ ଅଭିନେତ୍ରୀ ଆରତୀ ନାଗପାଲଙ୍କ ସହ ସେ ରାମ୍ପ୍ ୱାକ୍ ମଧ୍ୟ କରିଥିଲେ । ତାଙ୍କ ସହ ସଂସ୍କୃତି ସାମଲ ମଧ୍ୟ କ୍ରାଉନ ପିନ୍ଧିଛନ୍ତି । ଫ୍ୟାସନ୍ ଜଗତରେ ସଫଳତାର ପାହାଚ ଚଢିଛନ୍ତି ସଂସ୍କୃତି ।
ମଙ୍ଗଳବାର ଭୁବନେଶ୍ବର ବିମାନବନ୍ଦରରେ ଦୁଇ ପ୍ରତିଯୋଗୀ ପହଞ୍ଚିଥିବାବେଳେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଷ୍ଟାର୍ ଆଓ୍ବାର୍ଡରେ ସମ୍ମାନିତ ହୋଇଥିବା ସଂସ୍କୃତି ସାମଲ କହିଛନ୍ତି, ସେ ଏଥିପାଇଁ ବେଶ୍ ଖୁସି ଅଛନ୍ତି । ସେ କେବେ ଭାବିନଥିଲେ ସେ ପ୍ରଥମ ରନର୍ସ ଅପ୍ ହେବେ ବୋଲି । ଏହି କ୍ରାଉନ ପାଇ ସେ ବହୁତ ଖୁସି ଅଛନ୍ତି । କଠିନ ପରିଶ୍ରମ ସବୁବେଳେ ସଫଳତା ଆଣିଦିଏ ବୋଲି ସେ କହିଛନ୍ତି । ମେଣ୍ଟର ଅନୀତା ପାତ୍ରଙ୍କଠାରୁ ସେ ପ୍ରେରଣା ପାଇଥିବା ସେ କହିଛନ୍ତି ।