ଶ୍ରାବଣ ମାସରେ କେବେବି କରନ୍ତୁ ନାହିଁ ଏହି ୮ଟି କାମ- ଭୟଙ୍କର କଥା
ପବିତ୍ର ଶ୍ରାବଣ ମାସ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୮ ଟି କାମ। ଶ୍ରାବଣ ମାସକୁ ଖୁବ୍ ପବିତ୍ର ମାସ ଭାବରେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସ ଭଗଵାନ ଶିବଙ୍କୁ ସମର୍ପିତ ଅଟେ। ଏହି ମାସରେ ବୋହୁତ ପର୍ବ ପର୍ବାଣୀ ମଧ୍ୟ ପାଳନ କରାଯାଇଥାଏ। ଶାସ୍ତ୍ର ଅନୁସାରେ ଆସି ମାସ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ବିଶେଷ ମହତ୍ତ୍ଵପୂର୍ଣ୍ଣ ଅଟେ। ଏହି ମାସରେ ବିଭିନ୍ନ ଦାନ ଏବଂ ଧର୍ମ କର୍ମ ଭଳି ଶୁଭ କାର୍ଯ୍ୟ କରାଯାଇଥାଏ। ଏହି ମାସ ଭଗଵାନ ଶିବଙ୍କ ଉପାସନା କଲେ ଶୁଭଫଳ ପ୍ରାପ୍ତ ହୋଇଥାଏ। ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏହି ମାସରେ ପଡ଼ୁଥିବା ସୋମବାରରେ ବ୍ରତ ରଖିବା ସହିତ କାଉଡ଼ି ଯାତ୍ରା ମଧ୍ୟ କରାଯାଇଥାଏ। ତେବେ ଏମିତି କେତେ ଗୁଡିଏ କାର୍ଯ୍ୟ ଅଛି ଯାହାକୁ କି ଏହି ପବିତ୍ର ଶ୍ରାବଣ ମାସରେ କରିବା ଉଚିତ୍ ହୋଇନଥାଏ। କାରଣ ଏହି କାର୍ଯ୍ୟ ସବୁ କରିବା ଦ୍ବାରା ମୁନୁଷ୍ୟକୁ ଶାରିରୀକ ଏବଂ ଆର୍ଥିକ ଅସୁବିଧାର ସମ୍ମୁଖିନ କରିବାକୁ ପଡ଼ିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୮ ଗୋଟି କାର୍ଯ୍ୟ କଣ ଯାହାକୁ ଆପଣମାନେ ଏହି ଶ୍ରାବଣ ମାସରେ କରିବା ଅନୁଚିତ୍।
ଶ୍ରାବଣ ମାସ ଏହା ଭଗଵାନ ଶିବଙ୍କୁ ପ୍ରସନ୍ନ କରିବାର ସମୟ ଅଟେ। ଏହି ମାସରେ ଆମକୁ କିଛି ଜିନିଷ ପ୍ରତି ସାବଧାନ ରହିବା ଆବଶ୍ୟକ ନହେଲେ ଭଗଵାନ ଶିବ ରାଗି ଯାଇପାରନ୍ତି। ବନ୍ଧୁଗଣ ଶ୍ରାବଣ ମାସରେ ମଦ, ମାଂସ ଇତ୍ୟାଦିର ସେବନ କରିବା ଉଚିତ୍ ନୁହେଁ। ବାହାଘର ଭଳି ଶୁଭ କାର୍ଯ୍ୟ ମଧ୍ୟ କରିବା ଅନୁଚିତ୍। ଏହାଛଡା ବ୍ରହ୍ମଚର୍ଯ୍ୟ ବ୍ରତ ନିୟମର ପାଳନ କରିବା ଉଚିତ୍। ଶ୍ରାବଣ ମାସରେ ଜଣେ ବ୍ୟକ୍ତିଙ୍କୁ ସବୁଜ ପନିପରିବା ଏବଂ ଶାଗ ଖାଇବା ଉଚିତ୍ ହୋଇ ନଥାଏ। ଶରୀରରେ ତେଲ ଲଗାଇବା ଉଚିତ୍ ନୁହେଁ ଏବଂ କଂସା ବାସନରେ ମଧ୍ୟ ଖାଦ୍ୟ ଖାଇବା ଉଚିତ୍ ନୁହେଁ। ପୂଜା ସମୟରେ ଶିବ ଲିଙ୍ଗ ଉପରେ ହଳଦୀ ଚଢ଼ାଇବା ଉଚିତ୍ ହୋଇ ନଥାଏ। ଶିବ ଲିଙ୍ଗରେ ଚଢ଼ା ଯାଇଥିବା ହଳଦୀ ଶୁଭ ପ୍ରଭାବ ଦେଇ ନଥାଏ।
ଶ୍ରାବଣ ମାସରେ କ୍ଷୀରର ସେବନ ଭଲ ନୁହେଁ। ଏହି କାରଣରୁ ଶ୍ରାବଣ ମାସରେ ଭଗଵାନ ଶିବଙ୍କୁ କ୍ଷୀରରେ ଅଭିଷେକ କରିବା କଥା କୁହା ଯାଇଛି। ଏହାଦ୍ବାରା ବାତ ସମ୍ବନ୍ଧିତ ରୋଗରୁ ମୁକ୍ତି ମିଳିଥାଏ।ଶ୍ରାବଣ ମାସରେ ଦିନରେ ଶୋଇବା ଉଚିତ୍ ହୋଇ ନଥାଏ। ଏହି ମାସରେ ଆପଣମାନଙ୍କୁ ବାଇଗଣ ଖାଇବା ଉଚିତ୍ ହୋଇ ନଥାଏ। ବାଇଗଣକୁ ଅଶୁଭ କୁହାଯାଇଛି। ଏଥିପାଇଁ ଦ୍ୱାଦଶୀ, ଚତୁର୍ଦ୍ଦଶୀ ଏବଂ କାର୍ତ୍ତିକ ମାସରେ ଏହାକୁ ଖାଇବା ମନା ଅଛି।
ଶ୍ରାବଣ ମାସରେ ଯଦି ଆପଣଙ୍କ ଘର ସାମ୍ନାରେ ଷଣ୍ଢ ନଜରକୁ ଆସେ ତ ତାଙ୍କୁ ପିଟି ଘଉଡେଇବା ପରିବର୍ତ୍ତେ କିଛି ଖାଇବାକୁ ଦିଅନ୍ତୁ। ଷଣ୍ଢକୁ ମାରିବା ଶିବଙ୍କ ବାହନ ନନ୍ଦିର ଅପମାନ ମାନାଯାଏ। ଶ୍ରାବଣ ମାସରେ ଶିବ ଭକ୍ତଙ୍କ ଅପମାନ କେବେ ହେଲେ କରନ୍ତୁ ନାହିଁ। ଭଗଵାନ ଶିବଙ୍କ ଭକ୍ତଙ୍କ ସମ୍ମାନ ଶିବ ସେବାର ସମାନ ଫଳ ଦାୟୀ ହୋଇଥାଏ। ଏହି କାରଣରୁ କିଛି ଲୋକ କାଉଡ଼ିଆଙ୍କ ସେବା କରିଥାନ୍ତି।