ଭାରତ ଫେରିଲେ ଅଲିମ୍ପିକ୍ସ ପଦକ ବିଜୟୀନି ମୀରାବାଇ ଚାନୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତ ଫେରିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ । ଆଜି ସେ ଦିଲ୍ଲୀ ବିମାନବନ୍ଦରରେ ପହଂଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବିଭିନ୍ନ ସ୍ଲୋଗାନ ଦେଇ ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଭାରତ ମାତାକୀ ଜୟ ଧ୍ୱନିରେ କମ୍ପି ଯାଇଥିଲା ପୁରା ପରିବେଶ । ଚୀନ ଭାରତୋଳନରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦୀ ବ୍ରୋଂଜ୍ ପଦକ ଜିତିଥିଲେ ।
ଶନିବାର ଦିନ ଟୋକିଓ ଅଲିମ୍ପିକ୍ସରେ ୪୯ କେଜି ବର୍ଗରେ ଚାନୁଙ୍କୁ ରୌପ୍ୟ ପଦକ ମିଳିଛି । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତଳନ ପଦକ ଦେଇଥିଲେ ।ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ସାରା ଦେଶ ସମେତ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ ।