ରାତିଅଧରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ମଝି ରାସ୍ତାରେ ଘେରିଲେ କୋଶଲ ଯୁବ ସମନ୍ୱୟ ସମିତି । ପଶ୍ଚିମ ଓଡ଼ିଶାକୁ ଅଣଦେଖା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡ଼ିଥିବା ନେଇ ଗତକାଲିଠୁ ପଦଯାତ୍ରା କରୁଥିଲେ କୋଶଲ ଯୁବ ସମନ୍ୱୟ ସମିତି । ମନ୍ତ୍ରୀ ଶ୍ରୀମତୀ ସାହୁ ଭୁବନେଶ୍ୱରରୁ ଟିଟିଲାଗଡ଼ ଯାଉଥିବାବେଳେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମକର୍ତ୍ତାମାନେ ତାଙ୍କୁ ଅଟକ ରଖି ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ପ୍ରତିବାଦ ଜଣାଇଥିଲେ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଗତକାଲି ବିଳମ୍ବିତ ସନ୍ଧ୍ୟା ସମୟରେ ବରଗାଁ ଛକ ନିକଟରେ କୋଶଲ ସେନା କର୍ମୀମାନେ ଅଟକାଇବା ସହ ଘେରାଉ କରିଥିଲେ । ବିକ୍ଷୋଭକାରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଅଧିକାଂଶ ଗରିବ ଲୋକ ବାଦ୍ ପଡ଼ିଥିବା ନେଇ ପ୍ରତିବାଦ କରିଥିଲେ । ଖବରପାଇ ସଇଁତଳା ପୁଲିସ ଘେରାଉରେ ସାମିଲ କର୍ମକର୍ତ୍ତାଙ୍କୁ ପ୍ରଥମେ ବୁଝାଇବା ଓ ଗିରଫ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏହାପରେ ମନ୍ତ୍ରୀ ଶ୍ରୀମତୀ ସାହୁ ତାଙ୍କ ବାସଭବନ ଅଭିମୁଖେ ଗସ୍ତ କରିଥିଲେ।