‘ମଲା ବେଳେ ମୁହଁରେ ପୋକ ପଡନ୍ତୁ’ , ମିଳିଲା ବିଦ୍ୟାଭାରତୀ ଙ୍କ ଆଉ ଏକ ହାତ ଲେଖା ଚିଠି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଜଟିଳ ହେବାକୁ ଲାଗିଛି ଏସିଏଫଓ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ମାମଲା । ଏହା ଦୁର୍ଘଟଣା ନା ହତ୍ୟା ଏହାକୁ ନେଇ ଚାଲିଛି ତନାଘନା । ଗତକାଲି ପରି ଆଜି ପୁଣି ଏକ ଚିଠି ପୋଲିସ ଜବତ କରିଛି । ଯେଉଁଥିରେ ଲେଖାଯାଇଛି ” ଛି ମଲାବେଳେ ମୁହଁରେ ପୋକ ପଡନ୍ତୁ। ମି ଦୁସମନ ଙ୍କୁ ବି ଏମିତି ଲୋକ ଗୋଟେ ନ ଦିଅନ୍ତୁ । ହେ ଭଗବାନ କିଛିବି କରି ଡିଭସ କରେଇଦିଅ “। ଏହି ଚିଠି ହିଁ ବୟାନ କରୁଛି ବିଦ୍ୟାଭାରତୀ ସୌମ୍ୟଙ୍କୁ କେତେ ଘୃଣା କରୁଥିଲେ ।
ସୂଚନା ଅନୁଯାୟୀ, ଗତକାଲି ମୃତ ସୌମ୍ୟ ଙ୍କ ସରକାରୀ ବାସଭବନ ରୁ ମିଳିଥିଲା ବିଦ୍ୟାଭାରତୀ ଙ୍କ ଏକ ହାତଲେଖା ଚିଠି ଯେଉଁଥିରେ ଲେଖାଯାଇଥିଲା “ମୁଁ ଏ ଲୋକକୁ ଦୁନିଆରେ ସବୁଠାରୁ ଅଧିକ ଘୃଣା କରେ । ଏପରିକି ମୋ ନାଁ ସହିତ ତା’ ନାଁ ଯୋଡିବାକୁ ଘୃଣା କରେ ” । ଏହି ଚିଠି ସମ୍ୱନ୍ଧରେ ବିଦ୍ୟାଭାରତୀ ଙ୍କୁ ପଚରା ଯାଇଥିଲା ଏବଂ ଏହା ତାଙ୍କ ହାତ ଲେଖା ବୋଲି ସେ ସ୍ୱୀକାର କରିଥିଲେ । ଯାହାକୁ ନେଇ ଗଣମାଧ୍ୟମରେ ହଟଚମଟସୃଷ୍ଟି ହୋଇଥିଲା ।
ଏହି ଚିଠି ସାମ୍ନାକୁ ଆସିବା ପରେ ସୌମ୍ୟ ଙ୍କ ଓକିଲ ବିଦ୍ୟାଭାରତୀଙ୍କୁ ରିମାଣ୍ଡରେ ନେବାକୁ ଦାବି କରିଛନ୍ତି । ସେ କହିଛନ୍ତି ବିଦ୍ୟାଭାରତୀଙ୍କୁ ରିମାଣ୍ଡରେ ନେବାପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।