ସ୍ତ୍ରୀ ଧମକ ଦେଉଥିବା ନେଇ ଥାନାରେ ଅଭିଯୋଗ କଲେ ଯୁବକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀ କୁ ନେଇ ନିଜକୁ ଅସୁରକ୍ଷୀତ ମନେ କରୁଛନ୍ତି ସ୍ୱାମୀ । ଯୁବକ ଜଣକ ଥାନାର ଦ୍ୱାରସ୍ତ ହୋଇଛନ୍ତି । ଅଭିଯୋଗକାରୀ ସ୍ୱାମୀ ମୋହିତ ଶର୍ମା ଏବେ ସ୍ତ୍ରୀର ଧମକ ଯୋଗୁଁ ଭୟରେ ଥିବା ବେଳେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି । ମୋହିତଙ୍କ କହିବା ହେଲା ଫେସବୁକ୍ ରେ ବନ୍ଧୁତା ପରେ ଯୁବତୀ ଜଣଙ୍କ ତାଙ୍କୁ ବାହା ହେବା ପାଇଁ ବାଧ୍ୟ କରିଥିଲେ । ହେଲେ ବିବାହ ପରଠାରୁ ସ୍ତ୍ରୀଙ୍କ ଉପରେ ମୋହିତଙ୍କ ସନ୍ଦେହ ବଢ଼ିବାକୁ ଲାଗିଥିଲା ।

ଘଣ୍ଟା ଘଣ୍ଟା ଧରି ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷଙ୍କ ସହ ଫୋନରେ କଥା ହେଉଥିବା ଅଭିଯୋଗ କରିଛନ୍ତି ମୋହିତ। ଏପରିକି ପତ୍ନୀଙ୍କ ପୂର୍ବତନ ବୟଫ୍ରେଣ୍ଡ ତାଙ୍କୁ ଫୋନ କରି ଧମକ ଦେବା ସହ ତାଙ୍କ ସ୍ତ୍ରୀଙ୍କ ଦେହରେ ପୂର୍ବତନ ବୟଫ୍ରେଣ୍ଡଙ୍କ ନାଁର ଟାଟୁ ରହିଥିବା କହିଛନ୍ତି ମୋହିତ । ଏବେ ସେ ପତ୍ନୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ ମଧ୍ୟ ସ୍ତ୍ରୀ ତାଙ୍କୁ ଧମକ ଚମକକ ଦେଉଥିବା ଥାନରେ ଅଭିଯୋଗ କରିଛନ୍ତି ମୋହିତ ।

ଅପରପକ୍ଷରେ ଉକ୍ତ ମହିଳା ଜଣକ ନିଜ ଶାଶୂଘର ଲୋକଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଶାଶୂଘର ଲୋକ ତାଙ୍କୁ ମାରପିଟ କରିବା ସହ ଜବରଦସ୍ତ ତାଙ୍କ ୩ମାସର ଗର୍ଭ ନଷ୍ଟ କରିଛନ୍ତି । ତାଙ୍କ ପାଖରେ ଏହାର ପ୍ରମାଣ ଅଛି। ଶାଶୂଘର ଲୋକ ତାଙ୍କ ସ୍ୱାମୀର ଅନ୍ୟତ୍ର ବିବାହ କରିବାକୁ ଚାହୁଁ ଥିବାରୁ ସେମାନେ ତାଙ୍କ ନାଁ ରେ ମିଥ୍ୟା ଅଭିଯୋଗ କରିଛନ୍ତି ।

Leave a comment