ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ତିତଲି ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ଅତ୍ୟଧିକ ବର୍ଷା ଫଳରେ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଏହି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବନ୍ୟା ସମ୍ୱନ୍ଧରେ ସଚିବାଳୟରେ ସମୀକ୍ଷା କରବା ପରେ ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା କରିଛନ୍ତି । ବନ୍ୟା ପିଡ଼ିତଙ୍କୁ ଆସନ୍ତା ୧୫ ଦିନ ରିଲିଫ ଯୋଗାଇ ଦିଆଯିବା ସହ ବୟସ୍କଙ୍କ ପାଇଁ ଦିନକୁ ୬୦ ଟଙ୍କା ମୂଲ୍ୟରେ ଖାଦ୍ୟ ଏବଂ ଛୋଟ ପିଲାମାନଙ୍କ ପାଇଁ ୪୫ ଟଙ୍କା ମୂଲ୍ୟରେ ଦୈନିକ ମାଗଣା ଖାଦ୍ୟ ଯୋଗାଇ ଦିଆଯିବ । ଏହା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାନେଇ ଗୁରୁତ୍ୱ ଦିଆଯାଇଛି । ବନ୍ୟା ପରିସ୍ଥିତି ଉପରେ କଡା ନଜର ରଖିବା ଓ ଆବଶ୍ୟକୀୟ ଔଷଧ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଗଜପତି ଗଙ୍ଗାବାଡ଼ ଅଞ୍ଚଳ ରେ ପାହାଡ ଧସେଇ ଘଟଣାକୁ ଦୁର୍ଭାଗ୍ୟଜନକ ଓ ଏକମାତ୍ର ବଡ ଦୁର୍ବିପାକ ବୋଲି କହି ଘଟଣାରେ ମୃତ ପରିବାରକୁ ସମବେଦନା ଜଣାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a comment