ଏହି ସବୁ ବଦ ଅଭ୍ୟାସ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ

0

ସ୍ୱାସ୍ଥ୍ୟ ହିଁ ସମ୍ପଦ” ଏହା ଆମେ ସମସ୍ତେ ଜାଣିଛେ । ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଖରାପ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ବିଗାଡ଼ିଦିଏ। ଏମିତି ଅନେକ ବଦ ଅଭ୍ୟାସ ରହିଛି। ଯାହା ଶରୀର ପାଇଁ ଘାତକ ହୋଇଥାଏ। ଏହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନେକ ଟିପ୍ସ ଦେଇଥାନ୍ତି। ତେବେ ଆଜି ଆମେ କହିବୁ ସେହି ସବୁ ବଦ ଅଭ୍ୟାସ ସମ୍ପର୍କରେ ଯାହା ଆପଣଙ୍କ ଅଜାଣତରେ ଶରୀର ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ। Homeଲାଇଫ୍ ଷ୍ଟାଇଲ୍

ଏହି ସବୁ ବଦ ଅଭ୍ୟାସ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ, ଜାଣନ୍ତୁ
ଲାଇଫ୍ ଷ୍ଟାଇଲ୍
By KNews Bureau Last Updated Jul 19, 2021 25
3252352353456
pc: blog viver sem drogas
“ସ୍ୱାସ୍ଥ୍ୟ ହିଁ ସମ୍ପଦ” ଏହା ଆମେ ସମସ୍ତେ ଜାଣିଛେ । ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। କିନ୍ତୁ କିଛି ଖରାପ ଅଭ୍ୟାସ ଆମ ସ୍ୱାସ୍ଥ୍ୟକୁ ବିଗାଡ଼ିଦିଏ। ଏମିତି ଅନେକ ବଦ ଅଭ୍ୟାସ ରହିଛି। ଯାହା ଶରୀର ପାଇଁ ଘାତକ ହୋଇଥାଏ। ଏହାଦ୍ୱାରା ଶରୀର ଦୁର୍ବଳ ହୋଇଯାଏ। ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନେକ ଟିପ୍ସ ଦେଇଥାନ୍ତି। ତେବେ ଆଜି ଆମେ କହିବୁ ସେହି ସବୁ ବଦ ଅଭ୍ୟାସ ସମ୍ପର୍କରେ ଯାହା ଆପଣଙ୍କ ଅଜାଣତରେ ଶରୀର ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ।

– ଡାକ୍ତରଙ୍କ କହିବା ଅନୁଯାୟୀ, ସୂର୍ଯ୍ୟ କିରଣରେ ଅଧିକ ସମୟ ରହିବା ଦ୍ୱାରା ସ୍କିନ କ୍ୟାନସର ହେବାର ସମ୍ଭାବନା ରହିଥାଏ। ଏହାର ନାମ ମେଲାନୋମା । ଏଥିରେ ବିଶେଷ କରି ଫେୟାର ସ୍କିନର ଲୋକ ତଥା ପରିବାରରେ ସ୍କିନ କ୍ୟାନସରରେ ପୀଡ଼ିତ ଥିବା ଲୋକମାନେ ଅଧିକ ଭାବେ ସାବଧାନ ରହିବା ଉଚିତ।

– ଫିଟନେସ ଟ୍ରେନିଂ ସାର୍ଟିଫାଇଡ ଏବଂ ଫ୍ଲୁଡ ରନିଂ ଫାଉଣ୍ଡର ଜେନିଫର କହିଛନ୍ତି ଯେ, ଅଧିକ ତାପମାତ୍ରାରେ ଏକ୍ସରସାଇଜ କଲେ ହୀଟଷ୍ଟ୍ରୋକର ସମସ୍ୟା ଦେଖାଯାଏ। ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଶରୀରରେ ତାପମାତ୍ରା ବଢ଼ିବା ଫଳରେ ତ୍ୱଚାରେ ବ୍ଲଡ ସର୍କୁଲେଟ ହୋଇଥାଏ। ଯାହାପାଇଁ ମାଂସପେଶୀରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚି ପାରି ନଥାଏ। ଏହାପାଇଁ ହାର୍ଟବିଟ ବଢ଼ିଯାଏ। ଏହା ଲଗାତାର ହେବା ଦ୍ୱାରା ହାର୍ଟଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ।

କିଛି ଜଣ ସକାଳ ଖାଇବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ସକାଳ ଖାଇବା ଶରୀର ପାଇଁ ବିଶେଷ ଗୁରୁତ୍ୱପୁର୍ଣ୍ଣ ହୋଇଥାଏ । ସକାଳ ଖାଇବା ଗ୍ରହଣ ନକରିବା ଦ୍ୱାରା ଓଜନ କମିବା ସହ ହର୍ମୋନାଲ ବାଲାନ୍ସ ଠିକ ରହିନଥାଏ। ଏହାଦ୍ୱାରା ମେମୋରୀ, ହ୍ୟୁମର ଏବଂ ମୁଡ ଉପରେ ଖରାପ ପ୍ରଭାବ ପକାଇଥାଏ। ସକାଳ ଖାଇବା ଗ୍ରହଣ ନକରିବା ଦ୍ୱାରା ମେଟାବୋଲିଜିମ ସୁସ୍ଥ ହୋଇଯାଏ। ଯାହା ଶରୀରରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ।

– ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଶରୀର ସହିତ ଦାନ୍ତର ମଧ୍ୟ ଧ୍ୟାନ ରଖିବା ଜରୁରୀ। ଏହା ଆପଣଙ୍କ ସୁନ୍ଦରତାକୁ ବଢ଼ାଇଥାଏ । ଏହାସହ ଦୁର୍ଗନ୍ଧ ମଧ୍ୟ ବଢ଼ିଥାଏ।

– ଦେହ ଅସୁସ୍ଥ ଥିଲେ ଡାକ୍ତରଙ୍କ ପରାମର୍ଶରେ ଉଚିତ ଡାଏଟ ଫଲୋ କରନ୍ତୁ। କମ ମାତ୍ରାରେ ଲୁଣ ସେବନ କରନ୍ତୁ। କାରଣ ଏହାର ଅଧିକ ମାତ୍ରା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।

– ଧୁମପାନଠୁ ଦୂରେଇ ରୁହନ୍ତୁ। ଏହାବ୍ୟତିତ କୋଣସି ନିଶାଦ୍ରବ୍ୟ ଯଦି ସେବନ କରୁଥାନ୍ତି ତେବେ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କାରଣ ଏହା କିଡନୀ ତଥା ଖାଦ୍ୟନଳୀକୁ ନଷ୍ଟ କରିଥାଏ। ମଣିଷକୁ ମୃତ୍ୟୁ ମୁଖରେ ପକାଇଥାଏ। ଏହା କାର୍ଡିଆ ବାସ୍କୁଲାର ସିଷ୍ଟମ ଉପରେ ଖରାପ ପ୍ରଭାବ ପକାଇଥାଏ।

Leave a comment