କରୋନା ଟିକା ନେଲେ ଶରୀରରେ ବଢୁଛି ରୋଗ ପ୍ରତିଷେଧକ ଶକ୍ତି : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନକୁ କୋହଳ କରିଛନ୍ତି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଆମର ସର୍ଭେଲାନ୍ସ, ଟୀକାକରଣ ଯେଭଳି ଚାଲିଛି, ସେମିତି ଚାଲିବ । ସମସ୍ତଙ୍କୁ ଅନୁରୋଧ ନିୟମକୁ ମାନନ୍ତୁ, ଖୋଲା ସମୟରେ ହେଉ ବା କର୍ଫ୍ୟୁ ସମୟରେ ।

ସରକାରଙ୍କର ସବୁ ଦାୟିତ୍ବ ଭାବିବା ଠିକ୍ ନୁହେଁ । ଏଥିରେ କମ୍ୟୁନିଟିର ମଧ୍ୟ ସାହାଯ୍ୟ ଦରକାର । ସରକାର ଓ କମ୍ୟୁନିଟି ମିଶିଲେ ହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

କଟକ ଓ ଭୁବନେଶ୍ବରରେ ନ କମିବାର ବଡ କାରଣ ହେଉଛି, ଏଠାକୁ ବିଭିନ୍ନ ସ୍ଥାନରୁ ଲୋକଙ୍କ ଯାତାୟାତ ହେଉଛି । ବସ୍, ଟ୍ରେନ୍ ଓ ଫ୍ଲାଇଟରେ ସବୁବେଳେ ଚଳପ୍ରଚଳ ଚାଲିଛି । ଯିଏ ଆସୁଛି ସେ ଲକ୍ଷଣ ହୀନ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡାଯାଇ ନ ପାରେ । ଦ୍ଵିତୀୟରେ ପ୍ରଶାସନ ଦୋକାନ ବଜାର ବନ୍ଦ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିୟମର ଉଲ୍ଲଂଘନ । ତୃତୀୟରେ ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି ସେଠି କଣ୍ଟେନମେଣ୍ଟ ଜୋନ୍ କରାଯାଉଛି । କୋହଳ ହେଇଗଲା ବୋଲି ଆମେ ଚୁପ୍ ବସିବୁନାହିଁ । କଟକ ଓ ଭୁବନେଶ୍ବରରେ ସବୁଦିନ ସଂକ୍ରମଣ ପ୍ଲାଟୋ ଅବସ୍ଥାରେ ରହୁଛି । ତାକୁ କିଭଳି କମ୍ କରାଯିବ, ସେ ଦିଗରେ କାମ କରୁଛୁ ।

ଆଡ଼ମିଶନ, ସିଭିଅରିଟି ହାର କମିଛି । ଭେଣ୍ଟିଲେଟର, ଆଇସିୟୁ ଓ ଜେନେରାଲ ବେଡ଼ ରୋଗୀ ସଂଖ୍ୟା କମିଛି । ସଂକ୍ରମଣ ଥିଲେ ବି ରୋଗୀ ଗୁରୁତର ହେବା କମିଛି । ଟିକା ନେଲେ ବି ସଂକ୍ରମଣ ହେଉଛି । ଆନ୍ତର୍ଜାତିକ ରିପୋର୍ଟ କହୁଛି, ୦.୩% ଲୋକଙ୍କୁ ଟିକା ନେବା ପରେ ସଂକ୍ରମଣ ହେଉଛି । ଆମେ ଜାଣିବାକୁ ପାଇଛୁ, ଯେଉଁମାନେ ଦ୍ବିତୀୟ ଡୋଜ୍ ନେଇଛନ୍ତି, ସେମାନେ ଗୁରୁତର ହେଉନାହାନ୍ତି । ଟିକା ନେଲେ ରୋଗ ପ୍ରତିଷେଧକ ଶକ୍ତି ବଢୁଛି

Leave a comment