ଫାଟିଗଲା ଟାଟା ଏସିଇ ଚକା, ୨୦ ଶ୍ରମିକ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟାଟା ଏସିଇ। ୨୦ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି। ସେଥିରୁ ୮ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ସେମାନଙ୍କ ଭିତରେ ଅଧିକାଂଶ ମହିଳା ଥିବା ଜଣାପଡ଼ିଛି।
ଘରର ଛାତ କାମ ସାରି ଶ୍ରମିକମାନେ ନୂଆପେଣ୍ଠରୁ ଖାରିଆଗୁଡାକୁ ଟାଟା ଏସିଇରେ ଫେରୁଥିଲେ। ତେବେ ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ତାଳପଡା ଠାକୁରାଣୀ ମନ୍ଦିର ନିକଟରେ ଗାଡ଼ିର ଚକା ଫାଟି ଯାଇଥିଲା। ଫଳରେ ଟାଟା ଏସିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଗାଡ଼ିରେ ଥିବା ୨୦ରୁ ଅଧିକ ଶ୍ରମିକ ଆହତ ହୋଇଥିଲେ।